ବିବାହ ପ୍ରତିଶୃତି ଦେଇ ପ୍ରେମିକ ଛୁ : ଢେଙ୍କାନାଳ

 ବିବାହ ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ ପରେ ପ୍ରେମିକ ଛୁ ମାରିଛି । ଆଉ ସନ୍ତାନ ଜନ୍ମ ହୋଇଯିବାରୁ କୁଆଁରୀ ମାକୁ ଲୋକଲଜ୍ୟା ଘାରିଥିଲା । ଯାହାଫଳରେ ସ୍କୁଲ ଶୌଚାଳୟରେ ଶିଶୁପୁତ୍ର ପ୍ରସବ କରି ଛାଡି ଚାଲିଯାଇଛି। ରାତି ତମାମ ସ୍କୁଲ ଶୌଚାଳୟରେ ପଡିରହିଥିବା ଶିଶୁର କୁଆଁ କୁଆଁ ରଡି ଶୁଣି ଆଜି ସକାଳେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଖବର ଅନୁଯାୟୀ,  ବରନାଳୀ ଗ୍ରାମର ୨୨ବର୍ଷୀୟ ଯୁବତୀ ସେହି ଗ୍ରାମର ଖଗେଶ୍ବର ମୁଣ୍ଡା  ବିବାହର ପ୍ରତିଶୃତି ଶାରିରୀକ ସମ୍ପର୍କ ରଖିଥିଲା। ମାତ୍ର ଗର୍ଭବତୀ ପରେ  ପ୍ରତାରିତ ପ୍ରେମିକ ଖଗେଶ୍ୱର ଆଉ ଧରଛୁଆଁ ଦେଲାନି । ଏପରିସ୍ଥଳେ ଅସହାୟ  ଯୁବତୀ ମଧ୍ୟରାତ୍ରୀରେ ଗ୍ରାମ ବିଦ୍ୟାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା। ଲୋକଲଜ୍ୟା ଭୟରେ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟରେ ନିଜ ଜନ୍ମିତ ସନ୍ତାନକୁ ରଖିଦେଇ ଘରକୁ ଚାଲିଯାଇଥିଲା। ସକାଳେ ଏହି ଖବର ପ୍ରଘଟ ହେବାପରେ ଘଟଣାସ୍ଥଳକୁ ଯୁବତୀ ଜଣକ ଯାଇ ଶିଶୁ ପୁତ୍ରକୁ ପୁଣି କୋଳେଇ ନେଇଥିଲେ। ପରେ ମାଆ ଛୁଆଙ୍କୁ ୧୦୨ ଆମ୍ବୁଲାନ୍ସ ଦ୍ବାରା ଭୁବନ ମେଡିକାଲରେ ଭର୍ତ୍ତି କାରାଯାଇଛି। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ମାଆ ଶିଶୁ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଧୋକ୍କା ଦେଇ ପଳାଇ ଯାଇଥିବା ଖଗେଶ୍ୱରଙ୍କ ନାମରେ ଭୁବନ ଥାନାରେ ଅଭିଯୋଗ ହୋଇଛି । ଥାନା ପୁଲିସ ତଦନ୍ତ ଜାରି ରଖିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here