ବିମାନବନ୍ଦରରେ ଯାତ୍ରୀଙ୍କ ବ୍ୟାଗରୁ ବନ୍ଧୁକ ଜବତ : ଭୁବନେଶ୍ୱର

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଚେନ୍ନାଇ ଯାଉଥିବା ଜଣେ ଯୁବକଙ୍କ ବ୍ୟାଗ୍‌ ଯାଞ୍ଚ ବେଳେ ଏକ ବେଆଇନ ବନ୍ଧୁକ ମିଳିଛି । ଯୁବକ ଜଣକ ହେଲେ ପୁରୀ କୃଷ୍ଣପ୍ରସାଦ ଅଞ୍ଚଳର ରାମଚନ୍ଦ୍ର ଜେନା। ଏୟାରପୋର୍ଟ ଥାନା ପୋଲିସ୍‌ ବନ୍ଧୁକ ଜବତ କରିବା ସହ ତାଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏୟାର ଏସିଆ ଫ୍ଲାଇଟ୍‌ ନମ୍ବର- ୧୫୧୫୬୩ ଯୋଗେ ରାମଚନ୍ଦ୍ର ପ୍ରଥମେ ବେଙ୍ଗାଲୁରୁ ଯାଇଥାନ୍ତେ। ସେଠାରୁ ଆଉ ଏକ ଫ୍ଲାଇଟରେ  ତାଙ୍କର ଚେନ୍ନାଇ ଯିବା ଯୋଜନା ଥିଲା। ସନ୍ଧ୍ୟା ସାଢ଼େ ୬ଟା ବେଳେ ରାମଚନ୍ଦ୍ର ନୂଆ ଟର୍ମିନାଲରେ ପ୍ରବେଶ କରିଥିଲେ। ଏହାସହ ବ୍ୟାଗ୍‌ରେ ଏକ ଦେଶୀ ବନ୍ଧୁକ ରଖିଥିଲେ । ବିମାନ ବନ୍ଦରରେ ଏକ୍ସ-ରେ ସ୍କାନରରେ ଯାଞ୍ଚ ବେଳେ ତାଙ୍କ ବ୍ୟାଗରେ ଏହି ବନ୍ଧୁକ ଥିବା ଜଣାପଡ଼ିଥିଲା । ଏୟାର ଏସିଆ ସିକ୍ୟୁରିଟି ଇନ୍‌ଚାର୍ଜ ପ୍ରଶାନ୍ତ ଦାଶ ମହାପାତ୍ର ବ୍ୟାଗ୍‌ ଜବତ କରିବା ସହ ଯୁବକଙ୍କୁ ଅଟକ ରଖିଥିଲେ । ସଙ୍ଗେସଙ୍ଗେ ସିଆଇଏସ୍‌ଏଫ୍‌ ସୁରକ୍ଷାକର୍ମୀ ତୁରନ୍ତ ପହଞ୍ଚି ରାମଚନ୍ଦ୍ରଙ୍କୁ କାବୁ କରିଥିଲେ। କିଛି ସୁରକ୍ଷା କର୍ମୀ ଘେରିଯାଇ ତାଙ୍କୁ ସିକ୍ୟୁରିଟି ରୁମ୍‌କୁ ନେଇ ଯାଇଥିଲେ। ରାମଚନ୍ଦ୍ର ଚେନ୍ନାଇର ଏକ ନିର୍ମାଣ ସଂସ୍ଥାରେ କାମ କରନ୍ତି । ଯୁବକ ଜଣଙ୍କ ପାଖରେ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ଚାଲିଛି। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here