ଅଜଣା ଗାଡି ଧକ୍କାରେ ମହିଳା ମୃତ : ନବରଙ୍ଗପୁର

ଡାବୁଗାଁ, ୭/୧: ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମେଦନା – ବଦଳିଗୁଡା ମୁଖ୍ୟ ରାସ୍ତାରେ ଗ୍ରାମାଠାରୁ ପ୍ରାୟ ୨ ଶହ ମିଟର ଦୂରରେ ଏକ ଅଜଣା ଗାଡି ଧକ୍କା ରେ ବୁଧବାର ରାତ୍ରିରେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ବୁଧବାର ରାତ୍ର ପ୍ରାୟ ୮ ଘ॰ ରୁ ୯ ଘ॰ ମଧ୍ୟରେ ମେଦନା ଠାରୁ ବଦଳିଗୁଡା ରାସ୍ତାରେ ବଦଳିଗୁଡା ଗ୍ରାମର ଚମ୍ପା ବିନ୍ଧାଣି (୫୫) ନିଜ ଜମିରେ କାମ ସାରି ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା | ଫଳରେ ସେ ତଳେ ପଡି ଆହତ ହୋଇଥିଲେ | କିଛି ସମୟରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ଚମ୍ପା ପଡିଥିବା ଦେଖି ଗ୍ରାମରେ ଖବର ଦେଇଥିଲେ | ଖବର ପାଇ ଗ୍ରାମବାସୀ ଆସି ଦେଖିବା ପରେ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ | ଆମ୍ବୁଲାନ୍ସ ଯୋଗେ ଆହତ ଚମ୍ପା କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ଚମ୍ପା ଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ଜ୍ଵାଇଁ ଚୈତନ ବିନ୍ଧାଣି ଆଜି ସକାଳେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦ୍ରଭାନୁ ମହାନ୍ତି ଘଟନା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨/ ୨୦୨୧ ରେ ଏକ ମାମଲା ରୁଜୁ କରାଯାଇଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here