ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ : କନ୍ଧମାଳ

ଚୋର ଭାବି ପୋଲିସ୍‌ଙ୍କୁ ପିଟିଲେ ଗାଁ ଲୋକେ। କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାକେନ୍ଦ୍ରୀ ଗ୍ରାମରେ ଗଞ୍ଜେଇ ରେଡ୍‌ କରିବାକୁ ଯାଇଥିବା କ୍ରାଇମ୍‌ ବ୍ରାଞ୍ଚର STF ଟିମକୁ ଗ୍ରାମବାସୀମାନେ ମାଡ଼ ମାରିବା ସହିତ ଅଟକ ରଖିଥିଲେ। ଏହି ଖବର ସଦର ଥାନା ପୋଲିସ ଜାଣିବା ପରେ STF ର 7 ଜଣିଆ ଟିମକୁ ଉଦ୍ଧାର କରିଛି। ଉଦ୍ଧାର ପରେ STF ଟିମ ସଦସ୍ୟମାନଙ୍କୁ ଆଶୁ ଚିକିତ୍ସା ପରେ ସମସ୍ତେ ଭୁବେନେଶ୍ୱର ଫେରିଯାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ ପାହାନ୍ତିଆ ପ୍ରାୟ ୪ଟା ସମୟରେ STF କାକେନ୍ଦ୍ରୀ ଗ୍ରାମକୁ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ। କିନ୍ତୁ ଗ୍ରାମବାସୀମାନେ ସେମାନଙ୍କୁ ଚିହିଁ ପାରିନଥିଲେ। ତେଣୁ ଚୋର କି ଡକାୟତ ଦଳ ଭାବି ଗ୍ରାମବାସୀମାନେ ସେମାନଙ୍କୁ ମାରଧର କରିବା ସହିତ ସକାଳ ପ୍ରାୟ ୭ଟା ପର୍ଯ୍ୟନ୍ତ ଅଟକ ରଖିଥିଲେ। ୭ ଜଣିଆ ଟିମରେ ଜଣେ ମହିଳା ପୋଲିସ ସହିତ ଜଣେ DSP ଥିଲେ ବୋଲି ସୂଚନା ମିଳିଛି। ତେବେ ଏ ବାବଦରେ କନ୍ଧମାଳ SP, ସଦର ଥାନା IIC କିମ୍ବା STF ଟିମ ର କାହାର ପ୍ରତିକ୍ରିୟା ମିଳିପାରିନାହିଁ। ଆଉ ବର୍ତ୍ତମାନ ଘଟଣାରେ ସଦର ଥାନା ପୋଲିସ ଗ୍ରାମରେ ଆକ୍ରମଣକାରୀମାନଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ଗାଁ ଜନଶୂନ୍ୟ ହୋଇଯାଇଥିବା ସୂଚନା ମିଳିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here