ବନ୍ଦ ହେଲା ୩୧ଟି କୋଭିଡ୍ ହସ୍ପିଟାଲ୍ : ଭୁବନେଶ୍ୱର

ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ୩୧ଟି କୋଭିଡ୍ ହସ୍ପିଟାଲ୍‌କୁ ବନ୍ଦ କରି ଦିଆଯାଇଛି। ସମ୍ ହସ୍ପିଟାଲ୍‌ ଓ ଅଶ୍ୱିନୀ ହସ୍ପିଟାଲ୍‌କୁ ଛାଡ଼ି ଅନ୍ୟ ୩୧ଟି କୋଭିଡ୍ ହସ୍ପିଟାଲକୁ ଜାନୁଆରୀ ୧ ତାରିଖରୁ ସରକାର ବନ୍ଦ କରି ଦେଇଛନ୍ତି। ସମ୍ କୋଭିଡ୍ ହସ୍ପିଟାଲରେ ୫୦ଟି ସାଧାରଣ ଶଯ୍ୟା, ୭୫ ଆଇସିୟୁ ଓ ୨୫ ଏଚଡିିୟୁ ସଂରକ୍ଷିତ ରହିବ। ଏହାସହ ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ରାଜ୍ୟ ସରକାର କୋଭିଡ୍ ଯୋଦ୍ଧାମାନଙ୍କ ପାଇଁ ସମର୍ପିତ କରିଥିବାରୁ ତାହା ମଧ୍ୟ ଜାରି ରହିବ। ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ରାଜ୍ୟ ସରକାର ନିଜସ୍ୱ ଓ ଅନ୍ୟ ସଂସ୍ଥାର ସହାୟତାରେ କୋଭିଡ୍ ହସ୍ପିଟାଲ ଖୋଲିଥିଲେ। ରାଜ୍ୟରେ ମୋଟ୍ ୪୮ଟି କୋଭିଡ୍ ହସ୍ପିଟାଲ ଖୋଲା ଯାଇଥିବାବେଳେ ୩୧ଟିକୁ ବନ୍ଦ କରି ଦିଆଯାଇଛି। ରାଜ୍ୟରେ ସଂକ୍ରମଣ କମିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ତେବେ ଯେଉଁମାନେ ଏବେ ଏହିସବୁ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି, ସେମାନେ ଭଲ ହେବା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ ବୋଲି କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୩୧ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ୨୮ ଟି ଜିଲ୍ଲାରୁ ଏହି ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି।  ଏମାନଙ୍କ ମଧ୍ୟରୁ ୧୩୩ କ୍ୱାରାଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୯୮ ଲୋକାଲ କେସ ଥିବା ଜଣାଯାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here