କୁନି ହାତୀ ପଦ୍ମା ର ଏବେ ବଦଳି ଯାଇଛି ଠିକଣା, ନୂଆ ଠିକଣାରେ ମିଳିଯାଇଛି ନୂଆ ବନ୍ଧୁ। ପଦ୍ମାକୁ ମିଳିଛି ନୂଆ ପରିବାର । ଢେଙ୍କାନାଳ କପିଳାସ ହାତୀ ଉଦ୍ୟାନ ପାଲଟିଛି ତାର ନୂଆ ଠିକଣା। ପଦ୍ମା ଏବେ ଅନ୍ୟ ବଡ଼ ହାତୀଙ୍କ ସହ ଏକାଠି ରହୁଛି, ଖାଉଛି ଏବଂ ବୁଲୁଛି ମଧ୍ୟ। ସେହିପରି ଉଦ୍ୟାନରେ ଥିବା ଅନ୍ୟ ହାତୀ ବି ପଦ୍ମାକୁ ଦଳରେ ମିଶାଇବା ପରେ ବେଶ ଖୁସ୍ ଥିବା ଦେଖିବାକୁ ମିଳିଛି। ପଦ୍ମାର ବ୍ୟବହାର ଓ ଚଳଣୀକୁ ବି ବନ ବିଭାଗ ଟିମ୍ ତଦାରଖ କରୁଛି। ପଦ୍ମାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। କିଛି ମାତ୍ରାରେ ଦୂର୍ବଳ ଥିବା ପଦ୍ମାକୁ ବିଶେଷ ଭାବେ ଖାଦ୍ୟ ଓ ରାତିରେ ଶୋଇବା ସ୍ଥାନ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ଗତମାସ ବ୍ରହ୍ମପୁର ସୁନାପୁର ହଦ୍ରରୁ ପଦ୍ମାକୁ ଉଦ୍ଧାର କରାଯିବା ପରେ କପିଳାସକୁ ନିଆଯାଇଥିଲା।