କେନ୍ଦ୍ରାପଡା ଅନ୍ନପୂର୍ଣ୍ଣା ୟୁଥ୍ କ୍ଲବ୍ ଦ୍ୱାରା ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ଆଜି କେନ୍ଦ୍ରାପଡା ସହରର ଏକ ଅଗ୍ରଣୀ ଯୁବ ସଂଗଠନ ଶ୍ରୀ ଶ୍ରୀ ଅନ୍ନପୂର୍ଣ୍ନ ୟୁଥ୍ କ୍ଲବର ୫୧ତମ ଜୟନ୍ତୀ ପାଳନ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ସର୍ବମୋଟ୍ ୮୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ କେନ୍ଦ୍ରାପଡା ଶ୍ରୀଯୁକ୍ତ ଶଶିଭୂଷଣ ବେହେରା ମୂଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ବଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ବିଧାୟକ ଉକ୍ତ କ୍ଲବର ଏଭଳି ନିସ୍ୱାର୍ଥପର ସେବା କାର୍ଯ୍ୟର ପ୍ରଶଂସା କରିବା ସହିତ କ୍ଲବର ସମସ୍ତ ସଦସ୍ୟ ମାନଙ୍କୁ ସାଧୁବାଦ ପ୍ରଦାନ କରିବା ସହିତ କହିଲେ ଯେ-ଯଦି ଏହି ଭଳି ନିସ୍ୱାର୍ଥପର ସେବା ମନୋଭାବ ସମଗ୍ର ଯୁବ ସମାଜ ମଧ୍ୟରେ ଜାଗ୍ରତ ହୁଏ । ତେବେ ନିଶ୍ଚିନ୍ତ ରୂପେ ସମଗ୍ର ବିଶ୍ବର ସମସ୍ତ ସମସ୍ୟା ଆପେ ଆପେ ଦୂରିଭୁତ ହେବା ସହିତ ସମସ୍ତ ମାନବ ସମାଜର କଲ୍ୟାଣ ସହିତ ଉନ୍ନତି ସମ୍ଭବ ହୋଇପାରିବ । ଆଜିର ଏହି କାର୍ଯ୍ୟକ୍ରମକୁ କ୍ଲବର ସଭାପତି ଶ୍ରୀଯୁକ୍ତ ସୁଭେନ୍ଦୁ ବାରିକ୍ ଏବଂ ସମ୍ପାଦକ ଶ୍ରୀଯୁକ୍ତ ନୀରଞନ ସାହୁଙ୍କ ସମେତ ନୃସିଂହ ପାଣି, ମାନସ କୁମାର ମହାନ୍ତି, ଅଶୋକ ଲେଙ୍କା,ଜାନକୀ ବଲଭ ସାମନ୍ତରାୟ, ପ୍ରଭାତ କୁମାର ପାଣି, ବିଶ୍ୱଜିତ୍ ରାଉତ, ମାନସ ସାମଲ, ଆଶିଷ ପାଣି, ରାମ ଜେନା ଓ ରାମ ଚନ୍ଦ୍ର ମହାନ୍ତି, ରାଜ୍ ପ୍ରଦୀପ୍ ଜେନା,ପ୍ରସନ୍ନ ରାଉତ, ସୁଜୀତ୍ ରାଉତ, କାହ୍ନୁ ଚରଣ ପୃଷ୍ଟି,ନଣ୍ଡା ଛୋଟ ବାପୀ,ଦପୁଆ,ନାନୁ,କାହ୍ନା,ବବୁଲ୍ ପ୍ରମୁଖ ସମସ୍ତ ସଦସ୍ୟ ମାନେ ମିଳିତ ଭାବେ ସାହାଯ୍ୟ ସହଯୋଗ କରିବା ସହିତ ଏହି ଶିବିରକୁ ପରିଚାଳନା କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here