ସିଦ୍ଧ ମହାବୀର ଫ୍ଲାଏ ଓଭର ନିର୍ମାଣ ନେଇ ନୀତିନ ଗଡ଼କରୀଙ୍କୁ ଭେଟିଲେ ସମ୍ବିତ ପାତ୍ର: ପୁରୀ

ପୁରୀ: ବହୁ ଦିନରୁ ପୁରୀ କୋଣାର୍କ ଜାତୀୟ ରାଜପଥରେ ସିଦ୍ଧ ମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ପାଇଁ ଦାବି ହୋଇଆସୁଛି । ପୁରୀ କୋଣାର୍କ ଜାତୀୟ ରାଜପଥରେ ଏହି ଫ୍ଲାଏ ଓଭର ନିର୍ମାଣ ହେଲେ ହଜାର ହଜାର ଲୋକ ପ୍ରତିଦିନ ଉପକୃତ ହୋଇପାରିବେ ଏବଂ ସୁବିଧାରେ ଯାତାୟତ କରିପାରିବେ । ରେଳଧାରଣା ଉପରେ ଫ୍ଲାଏ ଓଭର ବ୍ରିଜ୍ ନହେବାରୁ ଘଂଟା ଘଂଟା ଧରି ଯାତ୍ରୀମାନଙ୍କ ସମୟ ନଷ୍ଟ ହେଉଛି । ସିଦ୍ଧମହାବୀର ଫ୍ଲାଏ ଓଭର ବ୍ରିଜ ନିର୍ମାଣ ନେଇ ବିଜେପି ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ଏବଂ ପୁରୀ ବିଧାନସଭା ସଦସ୍ୟ ଜୟନ୍ତ ଷଡ଼ଙ୍ଗୀ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରିଙ୍କୁ ଭେଟିବା ସହ ଏ ବିଷୟରେ ଦାବି ପ୍ରଦାନ କରି ବିସ୍ତୃତ ଆଲୋଚନା କରିଛନ୍ତି । କେନ୍ଦ୍ର ସଡ଼କ ପରିବହନ ଓ ରାଜମାଗ ମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଏଥିପ୍ରତି ଦୃଷ୍ଟି ତେବେ ଏବଂ ତୁରନ୍ତ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେବାନେଇ ପ୍ରକଳ୍ପକୁ ତ୍ୱାରାନ୍ୱିତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀଙ୍କୁ ଭେଟିବା ପରେ ଶ୍ରୀ ପାତ୍ର ଏବଂ ଶ୍ରୀ ଷଡ଼ଙ୍ଗୀ ସିଦ୍ଧ ମହାବୀର ଫ୍ଲାଏ ଓଭରବ୍ରିଜ ପୁରୀବାସୀଙ୍କ ବହୁଦିନର ଦାବି ଥିଲା ଏବଂ ଏହି ଦାବି ଆଉ କିଛି ଦିନ ମଧ୍ୟରେ ପୂରଣ ହେବ ବୋଲି କହିଛନ୍ତି । କେବଳ ପୁରୀବାସୀ ନୁହଁନ୍ତି ସମସ୍ତ ପର୍ଯ୍ୟଟକ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେଲେ ଏହାର ସୁବିଧା ପାଇପାରିବେ ବୋଲି ଶ୍ରୀ ପାତ୍ର ଏବଂ ଶ୍ରୀ ଷଡ଼ଙ୍ଗୀ ଆଶା ପ୍ରକାଶ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here