ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟରେ ମଦଦୋକାନ ଖୋଲିବା ପାଇଁ ନିର୍ଦ୍ଦେଶ

ଆଜିଠାରୁ ମଦ ଦୋକାନରେ ବସି ମଦ ପିଇବାକୁ ଅନୁମତି ପ୍ରଦାନ କଲେ ରାଜ୍ୟ ସରକାର । ଭୁବନେଶ୍ୱର,କଟକ ସମେତ ରାଜ୍ୟର ଅନ୍ୟାନ୍ୟ ସମସ୍ତ ଜିଲ୍ଲାରେ ଦୀର୍ଘ ୯ମାସ ହେବ ଟିକେ ମନ ଖୋଲି ମଦୁଆମାନେ ମଦ୍ୟପାନ କରିବାକୁ ସ୍ଥାନ ପାଉ ନଥିଲେ । ମାତ୍ର ବର୍ତ୍ତମାନ ସରକାର ସେମାନଙ୍କ ପାଇଁ ଏକ ଖୁସି ଖବର ଆଣି ଥିବାର ଜଣା ପଡ଼ିବା ପରେ ସମସ୍ତ ମଦୁଆ ବା ମଦ ସେବନ କାରୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ସୂଚନା ଅନୁସାରେ ଏଥର ଠିପି ଖୋଲା ମଦ ଦୋକାନ ଗୁଡିକରେ ଗ୍ରାହକ ମାନେ ନିଶ୍ଚିନ୍ତରେ ବସି ମଦ୍ୟପାନ କରି ପାରିବେ ବୋଲି ଅବକାରୀ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ମାତ୍ର କୋଭିଡ-୧୯ର ନିୟମ ଗୁଡିକକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ନିର୍ଦ୍ଧେଶା ନାମା ବା ନିର୍ଦେଶା ବଳୀରେ ଦିଆଯାଇଛି । କେବଳ ଠିପିଖୋଲା ମଦ ଦୋକାନ ଗୁଡିକ ନୁହେଁ କ୍ଲବ, ବିଅର ପାର୍ଲର, ରେଷ୍ଟୁରାଣ୍ଟ, ହୋଟେଲ ଗୁଡିକରେ ମଧ୍ୟ କୋଭିଡ-୧୯ ନିୟମ ମାନି ଗ୍ରାହକ ମାନେ ମଦ୍ୟପାନ କରି ପାରିବେ କିନ୍ତୁ ଏସବୁ ସ୍ଥାନରେ କୋଭିଡ-୧୯ ନିୟମ ପାଳନ ହେଉଛି କି ନାହିଁ ତାହା ଉପରେ ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ କଡାକଡି ନଜର ରଖିବ ବୋଲି କୁହା ଯାଇଥିବା ସହିତ ସରକାରୀ ସ୍ତରରେ ସୂଚନା ପ୍ରଦାନ କରିଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here