ରାଉରକେଲା ଇଷ୍ପାତ କାରଖାନାରେ ବିଷାକ୍ତ ଗ୍ୟାସ ଲିକ- Updates : ୪ ମୃତ , ୬ ଗୁରୁତର ସମସ୍ତେ ଠିକା ଶ୍ରମିକ :

ସୁନ୍ଦରଗଡ଼: ରାଉରକେଲା ସହର ସ୍ଥିତ ଇଷ୍ପାତ କାରଖାନାରେ ଥିବା କୋଲଡ କେମିକାଲ ବିଭାଗରେ ଆଜି ପୂର୍ବାହ୍ନ ୧୦ ଘଟିକା ସମୟରେ କୌଣସି କାରଣରୁ ବିଷାକ୍ତ ଗ୍ୟାସ ଲିକ କରିବା ଯୋଗୁଁ ଘଟଣାସ୍ଥଳରେ ୧୦ ଜଣ ଠିକା ଶ୍ରମିକ ଗୁରୁତର ହୋଇଥିଲେ । ସେମାନଙ୍କୁ କାରଖାନା ଭିତରେ ଭିତରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ସେଠାରେ ୨ ଜଣ ମୃତ୍ୟୁ ବରଣ କରିଥିଲେ । ଅନ୍ୟ ଗୁରୁତର ମାନଙ୍କୁ ତୁରନ୍ତ ଆଇଜିଏଚ ସ୍ଥାନାନ୍ତରୀତ କରାଯାଇଥିବା ବେଳେ ସେଠାରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକ ମାନେ ହେଲେ ଗଣେଷ ଚନ୍ଦ୍ର ପାଇଲା (୫୫) , ରବିନ୍ଦ୍ର ସାହୁ ( ୫୯) , ଅଭିମନ୍ୟୁ ସା (୩୩) , ବ୍ରହ୍ମାନନ୍ଦ ପଣ୍ଡା (୫୧) ବୋଲି ଜଣାପଡିଛି । ଅନ୍ୟ ୬ ଜଣ ଗୁରୁତରଙ୍କ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସା ଯାରିରହିଛି ଆଇଜିଏଚରେ । ତେବେ ସମସ୍ତ ମୃତ ଓ ଗୁରୁତର ମାନେ ଠିକା ଶ୍ରମିକ ବୋଲି ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଜାଣିବା ଓ ଏହାର ତୁରନ୍ତ ପ୍ରତିକାର ନିମନ୍ତେ ଇଷ୍ପାତ କାରଖାନାର ବରିଷ୍ଠ ପଦାଧିକାରୀ ଗଣ ଯାଞ୍ଚ ପ୍ରକ୍ରିୟାରେ ଲାଗିଛନ୍ତି । ତେବେ ଆରଏସପି ସିଇଓ ଶ୍ରୀ ଦୀପକ ଚଟ୍ଟରାଜ କହିଛନ୍ତି ଯେ ମୃତକ ଓ ଗୁରୁତର ମାନଙ୍କ ପରିବାର ବର୍ଗଙ୍କୁ ଯଥାସାଧ୍ୟ ମତେ ଇଷ୍ପାତ କାରଖାନା ତରଫରୁ ସମସ୍ତ ପ୍ରକାରର ସହଯୋଗ ଦିଆଯିବ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here