ଟେନ୍‌ସା ଫାଣ୍ଡି ଅଧିକାରୀଙ୍କୁ ତୀର ମାଡ଼ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ରାୟ ମୁଣ୍ଡା ସମେତ ୩ ଗିରଫ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡର ଟେନ୍‌ସା ଫାଣ୍ଡି ଅଧିକାରୀ ଅଶୋକ ବେହେରାଙ୍କୁ ମଙ୍ଗଳବାର ତୀର ମାଡ ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ରାୟ ମୁଣ୍ଡା ମୁଖ୍ୟ ଅଭିଯୁକ୍ତଙ୍କ ସହ ଅନ୍ୟ ଦୁଇଜଣଙ୍କୁ ମଧ୍ୟ ପୋଲିଶ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନା ମିଳିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। ପରେ ତାଙ୍କୁ ବଣାଇଁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିଶ କହଛି । ସେହିଭଳି ପୋଲିଶର କାର୍ଯ୍ୟାନୁଷ୍ଠାନ ନେଇ ଟେନ୍‌ସା ଜିରୋ ପଏଣ୍ଟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ସେଠରେ ପୋଲିଶ ଆବଶ୍ୟକୀୟ ଫୋର୍ସ ମୁତୟନ କରି ସତର୍କ ଦୃଷ୍ଟି ରଖିଥିବା ସୂଚନା ମିଳିଛି।
ତେବେ ବେଆଇନ ମଦ କାରବାରକୁ ରୋକିବାକୁ ଯାଇ ଫାଣ୍ଡି ଅଧିକାରୀ ସବ ଇନ୍ସପେକ୍ଟର ବେହେରା ଆକ୍ରମଣର ଶିକାର ହୋଇଥିଲେ। ମଙ୍ଗଳବାର ରାତିରେ ତାଙ୍କର ଇସ୍ପାତ ଜେନେରାଲ ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇ ତୀର ବାହାର କରାଯାଇଛି। ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିବା ସୂଚନା ମିଳିଛି । ଅପରପକ୍ଷରେ ଫାଣ୍ଡି ଅଧିକାରୀଙ୍କ ଉପରେ ଆକ୍ରମଣ ଘଟଣାକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ପୋଲିସ। ରାଉରକେଲା ପୋଲିସ ଜିଲ୍ଲାର ଏସ୍‌ପିଙ୍କ ଠାରୁ ଆରମ୍ଭ କରି କନଷ୍ଟେବଳ ଏବେ ଆକ୍ସନ ମୁଡରେ ଥିଲେ। ସାରା ରାତି ଟେନ୍‌ସା ଜିରୋ ପଏଣ୍ଟ ହଟିଂରେ ଚଢାଉ କରି ସେମାନଙ୍କୁ ଗିରଫ କରିଛନ୍ତି।ବଣାଇ ଟେନସା ଫାଣ୍ଡି ଅଧିକାରୀ ଙ୍କୁ ତୀର ମାଡ ଘଟଣାରେ ବଣାଇ ଏସ୍ଡ଼ଡିପିଓ ସୌରଭ ଅଟ୍ଟା ଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି କାଲି ରାତ୍ରିରେ ମୁଖ୍ୟ ଅଭିଯୁକ୍ତ ରାୟା ଓରାମ ସହ ମାଙ୍ଗରା ଓରାମ ଓ ଦୀନବନ୍ଧୁ ଓରାମ ଙ୍କୁ ଅଟକ ରଖାଯାଇଛି । ପୋଲିଶ ଏବେ ପଚାର ଉଚୁର ଚଳାଇଛନ୍ତି ।

ବଣେଇ ଏସଡିପିଓ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here