ଭତରା ସମାଜ ସଭା ଗୃହ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ : ନବରଙ୍ଗପୁର

ଡାବୁଗାଁ, ୬/୧ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡାବୁଗାଁ- ମେଦନା ରାସ୍ତା କଡରେ ଥିବା ଡାବୁଗାଁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ମଣ୍ଡଳ ସ୍ତରୀୟ ଭତରା ସମାଜ ସଭାଗୃହ ନିର୍ମାଣ ନିମନ୍ତେ ବୁଧବାର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି | ଏଥିରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ | ଏଥିରେ ଡାବୁଗାଁ ଭତରା ସମାଜ ତରଫରୁ ଗୃହ ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ ପାଇଁ ବିଧାୟକ ଙ୍କୁ ଦରଖାସ୍ତ ପ୍ରଦାନ କରଯାଇଥିଲା | ଏହି କାର୍ଯ୍ୟକ୍ରମରେ ଡାବୁଗାଁ ଅଖିଳ ଭାରତୀୟ ଭତରା ବିକାଶ ପରିଷଦର ସଭାପତି ମୋହନ ନାୟକ, ସମ୍ପାଦକ ରାଇସିଂ ପୂଜାରୀ, ଜିଲା ସମ୍ପାଦକ ଜୟରାମ ଭତ୍ରା, ଜିଲା ଉପଦେଷ୍ଟା ଦିବାକର ପୂଜାରୀ, ଉମରକୋଟେ ବ୍ଲକ ଜନଜାତି ସଭାପତି ରାଜମନ ଭତ୍ରା, ଝରିଗାଁ ବ୍ଲକ ସଭାପତି ସୁକଚାନ୍ଦ ମାଝୀ ଓ ଉପସଭାପତି ଗଜେନ୍ଦ୍ର ପ୍ରସାଦ ମାଝୀ, କୋଷାଗୁମୁଡା ବ୍ଲକ ସଭାପତି କୁଶିଆ ମାଝୀ ଓ ସମ୍ପାଦକ ଲାଛମନ ମାଝୀ, ପାପଡାହାଣ୍ଡି ବ୍ଲକ ସଭାପତି ବଲରାମ ମାଝୀ, ନନ୍ଦହାଣ୍ଡି ବ୍ଲକ ସଭାପତି ଦୁରି ମାଝୀ ଓ ଡାବୁଗାଁ ବ୍ଲକ ଭତ୍ରା ସମାଜର ଲୋକ ମନ ଉପସ୍ଥିତ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here