ବାଇକ ଏବଂ ହାଇଡ୍ରା ମୁହାଁମୁହିଁରେ ୨ ଜଣ ମଧ୍ୟରୁ ଜଣେ ମୃତ ଅନ୍ୟ ଜଣ ଗୁରୁତର,ହାଇଡ୍ରା ଚାଳକ ଥାନାରେ ଅଟକ : ସୁନ୍ଦରଗଡ଼

ରାଉରକେଲା ସହରର ବେଦବ୍ୟାସ ଅଞ୍ଚଳରେ ଘଟିଛି ସଡ଼କ ଦୁର୍ଘଟଣା । ବ୍ରାହ୍ମଣୀ ତରଙ୍ଗ ଥାନା ଅନ୍ତର୍ଗତ ବେଦବ୍ୟାସ ଅମର ପ୍ଲାଲେସ ନିକଟ ରାସ୍ତାରେ ଓଡି ୧୪ ଟି ୨୫୫୮ ନ. ଏକ ହାଇଡ୍ରା ଟ୍ରକ ପାନପୋଷରୁ ବେଦବ୍ୟାସ ଅଭିମୁଖେ କରୁଥିବା ବେଳେ ବିପରିତ ଦିଗରୁ ଓଡି ୧୪ ଟି ୪୮୮୮ ନ. ପଲସର ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ପୋଲିଶ ପହଁଚି ଘଟଣାସ୍ଥଳରେ ବାଇକ ଆରୋହିଙ୍କ ମୃତ୍ୟୁ ଘଟିଥିବା ଯୁବକଙ୍କ ଶବ ଜବତ କରିବା ସହ ପଛରେ ବସିଥିବା ସହଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସରେ ପୋଲିଶ ଆରଜିଏଚକୁ ପଠାଇଥିଲା । ଅନ୍ୟପଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବାଇକ ଏବଂ ହାଇଡ୍ରା ଟ୍ରକକୁ ଜବତ କରି ହାଇଡ୍ରା ଚାଳକକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିଶ । ବାଇକରେ ବସିଥିବା ଦୁଇ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ବ୍ରାହ୍ମଣୀତରଙ୍ଗ ପୋଲିଶର ତଦନ୍ତ ଜାରି ରହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here