ଜଗତସିଂହପୁର ବିଜେପି ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ଘେରାଉ


କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ନୃତାଙ୍ଗ ଗାଁରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ଅମାନୁଷିକ ଭାବେ ଗୋଡେଇ ଗୋଡେଇ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଦାୟୀ କରାଯାଇଛି। ଏହି ହତ୍ୟାକାଣ୍ଡ ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବି ନେଇ ଆଜି ଜଗତସିଂହପୁର ଜିଲ୍ଲା ବିଜେପି ପକ୍ଷରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ବିଜେପିର ଜିଲା ସଭାପତି ସତ୍ୟବ୍ରତ ମହାପାତ୍ର ଙ୍କ ନେତ୍ତୃତ୍ୱରେ ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଆସି ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ସମୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ରାଜନୈତିକ ଫାଇଦା ପାଇଁ ଏଠି ହିଂସା କରାଯାଉଛି। ତେଣୁ ବିଜେପି ଏହାର ପ୍ରତିବାଦ କରିବା ସହିତ ଏହି ଘଟଣାରେ ସମ୍ପୃକ୍ତ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ତାଙ୍କର ବହିଷ୍କାର ଦାବି କରିଛନ୍ତି। ଯଦି ବିଜେଡି ସରକାର ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବହିଷ୍କାର ନ କରନ୍ତି ତେବେ ଆଗାମୀ ଦିନରେ ଏହି ହତ୍ୟାକାଣ୍ଡର ନ୍ୟାୟ ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି କୁହାଯାଇଛି।ଏହି କାର୍ଯ୍ୟକ୍ରମ ରେ ବିଜେପି ସାଧାରଣ ସମ୍ପାଦକ ଜଗନ୍ନାଥ ଦାଶ, ମିଡିଆ ସେଲ ର ଗଣେଷ ପ୍ରସାଦ ମହାନ୍ତି, ମହିଳା ମୋର୍ଚାର କ୍ରୀଷ୍ଣା ମହାନ୍ତି, ନଗର ସଭାପତି ଅକ୍ଷୟ ପାତ୍ର, ସମୀର ନାୟକ,ଶିଶିର ପାତ୍ର ପ୍ରମୂଖ ଶତାଧିକ ବିଜେପି କର୍ମୀ ଯୋଗଦେଇ ବିଖୋଭ କରିବା ସହ ଆଇନମନ୍ତ୍ରୀ ଙ୍କ ଇସ୍ତଫା ଦାବି କରିଥିଲେ।ଜଗତସିଂହପୁର ରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।


ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here