ଖୋଲିଲା ଲିଙ୍ଗରାଜ ମନ୍ଦିର : ଭୁବନେଶ୍ୱର

ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଛି । ତେବେ ମନ୍ଦିରକୁ ପ୍ରବେଶ ପୂର୍ବରୁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତାମୂଳକ କରାଯାଇଛି  । ରିପୋର୍ଟ ନେଗେଟିଭ୍ ଥିଲେ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।କୌଣସି ଶ୍ରଦ୍ଧାଳୁ ଯଦି ରିପୋର୍ଟ ଆଣିନଥିବେ, ତାଙ୍କ ପାଇଁ ବିଏମସି ପକ୍ଷରୁ ମାଗଣାରେ କୋଭିଡ୍ ପରୀକ୍ଷା କରାଯିବାର ବ୍ୟବସ୍ଥା ହୋଇଥିବା ବିଏମସି ଜୋନାଲ୍ ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି  । ପୂର୍ବରୁ ମନ୍ଦିର ଖୋଲିଥିଲେ ବି ୧୦ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ଶ୍ରଦ୍ଧାଳୁଙ୍କୁ ମନ୍ଦିରରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କୋଭିଡ୍ କଟକଣା ପରେ ଗତ ୨୭ ତାରିଖରେ ଲିଙ୍ଗରାଜ ମନ୍ଦିର ଖୋଲାଯାଇଥିଲା। ପ୍ରଥମେ ୫ଦିନ ପର୍ଯ୍ୟନ୍ତ କେବଳ ସେବାୟତ ଓ ସେବାୟତଙ୍କ ପରିବାରଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ପରେ ଭୁବନେଶ୍ୱରବାସୀଙ୍କୁ ଲିଙ୍ଗରାଜ ଦର୍ଶନର ଅନୁମତି ମିଳିଥିଲା। ଆଉ ଆଜିଠାରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିଥିବା ବେଳେ ପୂର୍ବରୁ ଲଗାଯାଇଥିବା ବୟସ କଟକଣାକୁ ଉଠାଇ ଦିଆଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here