ଜମିବାଡ଼ି ବିବାଦ କୁ କେନ୍ଦ୍ର କରି ଗୁଳିମାଡ଼ : ଜଗତସିଂହପୁର

ଜଗତସିଂହପୁର ସଦରଥାନା ଅନ୍ତର୍ଗତ ପଳାଷୋଳ ଗାଁରେ ଗୁଳି କାଣ୍ଡ।ଗୁଳିକାଣ୍ଡରେ ଜଣେ ଆହତ।ଆହତ ବ୍ୟକ୍ତି ଜଣକ ପଳାଷୋଳ ଗ୍ରାମର ଅଶୋକ କୁମାର ବରାଳ ବୋଲି ଜଣା ପଡ଼ିଛି।ଖବର ପାଇ ଜଗତସିଂହପୁର ପୋଲିସ ପହଞ୍ଚି ବନ୍ଧୁକ ଜବତ କରିବା ସହିତ ଅଭିଯୁକ୍ତ ସତ୍ୟ ମହାନ୍ତିଙ୍କୁ ଅଟକ ରଖିଛି।ଅଶୋକ ଙ୍କ ମୁଣ୍ଡରେ ଗୁଳି ବାଜିଛି । ଅଶୋକ ଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।ଜଗତସିଂହପୁର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାରୁ ପୋଲିସ ଗୁଳିକାଣ୍ଡ କରଥିବା ଅଭିଯୁକ୍ତକୁ ଅଟକ ରଖିବା ସହ ବନ୍ଧୁକକୁ ଜବତ କରିଥିବା ଜଗତସିଂହପୁର ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି।ତେବେ ଜମିଜମା ବିବାଦକୁ ନେଇ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ଜଗତସିଂହପୁର ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here