ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନ ମଣ୍ଡି ସୁଭ ଉଦ୍ଘାଟନ

ଜିଲା ପ୍ରଶାସନ ଓ ଜଗତସିଂହପୁର ନିୟନ୍ତ୍ରିତ ବଜାରକମିଟି ଇଲାକା ଧୀନ ସମସ୍ତ ପଂଜିକୃତ ଧାନ ଚାଷୀ ଭାଇମାନଙ୍କ ନିମନ୍ତେ ଆଜିଠାରୁ ବିଭିନ୍ନ ସମବାୟ ସମିତି ରେ ଖରିଫ ବର୍ଷ 2020-2021 ବର୍ଷପାଇଁ ଧାନ କ୍ରୟ ଆରମ୍ଭ ହୋଇଛି।ଏହି ଅବସରରେ ହାଟବଜାର କୃଷକ ମାର୍କେଟ ଠାରେ କଣ୍ଟାବଲଭପୁର ସମବାୟ ସମିତିର ଧାନ ମଣ୍ଡି ଶୁଭ ଉଦ୍ଘାଟନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ ଯୋଗଦେଇ ଧାନ ମଣ୍ଡି ର ସୁଭଉଦ୍ଘାଟନ କରିଥିଲେ।ସମ୍ମାନିତ ଅତିଥିଭାବେ ଉପଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧକ୍ଷ ଧର୍ମେନ୍ଦ୍ର କୁମାର ମଲ୍ଲିକ,ଯୋଗାଣ ଅଧିକାରୀ ବିବେକାନନ୍ଦ କୋରକୋରା ,ସହକାରୀ ନିବନ୍ଧକ ସୁଭଦ୍ରା ପଟ୍ଟନାୟକ, ସମବାୟ ନିରୀକ୍ଷକ ଅତସୀ କୁସୁମବାଳା,ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସୂର୍ଯ୍ୟକାନ୍ତ ଦାସ ଯୋଗଦେଇ କହିଥିଲେ ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 8ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ 73ଟି ମଣ୍ଡି ରେ କରାଯିବ ବୋଲି କହିଥିଲେ। କାର୍ଯ୍ୟକ୍ରମ କୁ କଣ୍ଟା ବଳଭ ପୁର ସମବାୟ ସମିତିର ସଭାପତି ଜଗନ୍ନାଥ ମୁଦୁଲି, ଜଗତସିଂହପୁର ନିୟନ୍ତ୍ରିତ ବଜାର କମିଟି ର କର୍ମଚାରୀ ସନ୍ଦୀପ ପାତ୍ର,ଅଭୟ ମହାନ୍ତି, ଲିପୁ ମହାରଣା,ନିରୋଧ ଚନ୍ଦ୍ର ବେହେରା ପ୍ରମୁଖ କଣ୍ଟାବଲଭ ପୁର ସମବାୟ ସମିତିର କର୍ମକର୍ତା ପରିଚାଳନାରେ ସହାୟତା କରିଥିଲେ।

ଜଗତସିଂହପୁର ଜିଲା ରୁ ଜିଲା ପ୍ରତିନିଧି ପ୍ରଫୁଲ କୁମାର ସାହୁ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here