ତୀର ମାଡରେ ଫାଣ୍ଡି ଅଧିକାରୀ ଗୁରୁତର : ଟେନସା

ଟେନସା: ବେନୀୟମ ମଦ କାରବାର ଉପରେ ଚଢ଼ାଉ କରିବାକୁ ଯାଇ ତୀର ମାଡର ଶିକାର ହେଲେ ଫାଣ୍ଡି ଅଧିକାରୀ। ମୁର୍ମୁଶୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ରାଉରକେଲା ସ୍ଥାନାନ୍ତର କରାଯାଇଛି।ଘଟଣାଟି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।ଲହୁଣୀପଡା ଥାନା ଅନ୍ତର୍ଗତ ଟେନସା ଫାଣ୍ଡି ଅଧିକାରୀ ଅଶୋକ କୁମାର ବେହେରା ଆଜି ଅପରାହ୍ନ ପ୍ରାୟ ୪/୫ ଘଟିକା ମଧ୍ୟରେ ଟେନସା ଜିରୋ ପଏଣ୍ଟର ବସ୍ତି ଅଞ୍ଚଳକୁ ବେନୀୟମ ମଦ କାରବାର ଉପରେ ଚଢ଼ାଉ କରିବାକୁ ଯାଇଥିଲେ।ସେଠାରେ ତାଙ୍କୁ କେହି ତୀର ମାଡ଼ କରିଥିଲେ।ତୀରଟି ପେଟରେ ପସିଯାଇଥିଲା।ଫଳରେ ତିର ମାଡରେ ଆକ୍ରାନ୍ତ ହୋଇଥିବା ଫାଣ୍ଡି ଅଧିକାରୀ ଶ୍ରୀ ବେହେରାଙ୍କୁ ପ୍ରଥମେ ଟେନସା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।ପରିସ୍ଥିତି ଜଟିଳ ଥିବାରୁ ତାଙ୍କୁ ତୁରନ୍ତ ଲହୁଣୀପଡା ଡକ୍ଟରଖାନାକୁ ଅଣାଯାଇଥିଲା।ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା ଏବଂ ତିରଟି ପେଟରୁ ବାହାର କରିବା ସମ୍ଭବପର ନ ଥିବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତରିତ କରାଯାଇଥିଲା।

ଖବରପାଇ ଆଡିସନାଲ ଏସପି ସୟଦ ମଜବୁର ରେହେମାନ,ଏସଡ଼ିପିଓ ସୌରଭ ଓତା,ପହଞ୍ଚି ଲହୁଣୀପଡା ଥାନା ଅଧିକାରୀ ସନ୍ତୋଷ କୁମାର ଜେନା ଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ତୁରନ୍ତ ରାଉରକେଲା ଡକ୍ଟରଖାନାକୁ ପହଞ୍ଚେଇବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିବା ଜାଣିବାକୁ ମିଳିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।
BIG BRAKING NEWS

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here