ସୁନ୍ଦରଗଡ ଜିଲ୍ଲା ବରସୁଁଆ ଅଞ୍ଚଳରେ ବିପର୍ଯ୍ୟସ୍ତ ନେଟୱାର୍କ:ମୋବାଇଲ ଓ ଇଣ୍ଟରନେଟ ସେବା ନ ପାଇ ଜନ ସାଧାରଣ ହନ୍ତସନ୍ତ

ସୁନ୍ଦରଗଡ଼ ଜିଲ୍ଲା ବରସୁଆ ଅଞ୍ଚଳରେ ମୋବାଇଲ ନେଟୱାର୍କ ସତେ ଯେମିତି ଲୁଚକାଳି ଖେଳୁଛି। ଦିନର ଅଧିକାଂଶ ସମୟ ନେଟୱାର୍କ ରହୁ ନ ଥିବା ବେଳେ ଯେତିକି ସମୟ ରହୁଛି ସେତିକିବେଳେ ମଧ୍ୟ କଲ ଡ୍ରପ, ଇଣ୍ଟରନେଟ ନ ଚାଲିବା ଭଳି ସମସ୍ୟା ଲାଗି ରହୁଛି।ବରସୁଆ ଅଞ୍ଚଳ ଖଣିଖାଦାନ ଭରା ଅଞ୍ଚଳ ହୋଇଥିବା ବେଳେ ବିଭିନ୍ନ ଖଣିରୁ ମାଲ ପରିବହନ ନିମନ୍ତେ ଇଣ୍ଟରନେଟରେ ଟେଗିଂ ଆଦି ପ୍ରକ୍ରିୟା କରିବାକୁ ପଡିଥାଏ। ଏହା ଛଡ଼ା ବର୍ତ୍ତମାନ କରୋନା ଯୋଗୁଁ ସ୍କୁଲ କଲେଜ ବନ୍ଦ ଥିବାରୁ ଛାତ୍ର ଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ପାଠ ପଢ଼ା ପଢି କରୁଛନ୍ତି।କିନ୍ତୁ ମୋବାଇଲ ଓ ଇଣ୍ଟେଟନେଟ ସେବାରେ ବାରମ୍ବାର ବ୍ୟାଘାତ ସୃଷ୍ଟି ହେଉଥିବାରୁ ଅନଲାଇନରେ ପଢ଼ିବା, ମାଲବାହୀ ଗାଡ଼ି ଗୁଡିକୁ ଟ୍ୟାଗିଙ୍ଗ କରିବା, ବ୍ୟାଙ୍କ ସେବା, ଅନଲାଇନ ରେ ବିଭିନ୍ନ ଟ୍ୟାକ୍ସ ଆଦି ପେମେଣ୍ଟ କରିବାରେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ବଣାଇଁ ଉପଖଣ୍ଡର ସବୁଠାରୁ ଅଧିକ ବ୍ରଡବ୍ୟାଣ୍ଡ କୋନେକ୍ସନ ବରସୁଆ ଅଞ୍ଚଳରେ ଥିବା ବେଳେ ସ୍ଥାନୀୟ ବିଏସଏନଏଲ ଅଫିସରେ କୌଣସି ପଦାଧିକାରୀ ରହୁ ନ ଥିବା ଏବଂ ଜନସାଧାରଣଙ୍କୁ ସେବା ଯୋଗାଇ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ।ବିଏସଏନଏଲ ଅଫିସ ଭିତରର ଦୃଶ୍ୟ ଆହୁରି ଚିନ୍ତା ଜନକ।ଚାରିଆଡେ କୁଢ଼ କୁଢ଼ ଆବର୍ଯ୍ୟନା ପଡ଼ି ରହିଥିବା ବେଳେ ଟେଲି କମ୍ୟୁନିକେସନ ଯନ୍ତ୍ରାଂଶ ଗୁଡ଼ିକ ବିକ୍ଷିପ୍ତ ଭାବେ ପଡ଼ି ରହିଛି।
କରୋନା କାଳରେ ରାଜ୍ୟ ତଥା ଦେଶର ଅର୍ଥନୀତିକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା କୋଇଡ଼ା ଅଞ୍ଚଳର ନେଟୱାର୍କ ସମସ୍ୟାକୁ ତୁରନ୍ତ ସମାଧାନ କରି ୨୪ ଘଣ୍ଟିଆ ମୋବାଇଲ ଓ ଇଣ୍ଟରନେଟ ସେବା ଯୋଗାଇଦେବା ପାଇଁ ସାଧାରଣରେ ଦାବି ହେଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here