ପୁଣି କେନ୍ଦ୍ରାପଡାରେ ବୋମା ଆତଙ୍କ

ଗତକାଲି ସକାଳ ୮. ୫୩ ମିନିଟ୍ ସମୟରେ କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ୍ ଅନ୍ତର୍ଗତ ଜାତୀୟ ରାଜପଥ -ନଂ-କ କଡରେ ଥିବା ମାନସ ହୋଟେଲ ପାଖରେ ଫୁଟିଲା ବୋମା । ସକାଳୁ ସକାଳୁ ୩ଜଣ ଯୁବକ ଏକ ବାଇକ୍ ଯୋଗେ ଆସି ଉକ୍ତ ହୋଟେଲ୍ ସମ୍ମୁଖରେ ଏକ ବମ୍ ରଖିବା ସହିତ ସେଠାରୁ ଆଖି ପିଛୁଳାକେ ସ୍ଥାନ ଛାଡି ଫେରାର ହୋଇ ଯାଇଥିବା ଯାହା ପ୍ରତ୍ୟକ୍ଷ ଦର୍ଶଙ୍କଠାରୁ ସୂଚନା ମିଳେ । ହୋଟେଲ୍ ମାଲିକଙ୍କ ସହିତ ହୋଟେଲରେ କାମ କରୁଥିବା ଅନ୍ୟାନ୍ୟ କର୍ମଚାରୀ କୁହନ୍ତି ତାଙ୍କ ସହିତ କାହାରି କୌଣସି ଗଣ୍ଡଗୋଳ କିମ୍ବା ମତାନ୍ତର କି ମନାନ୍ତର ନଥିଲା । ପୁଣି ଗୋଟେ ନୁହେଁ ଦୁଇ ଦୁଇଟା ବୋମା ଏକଥରେକେ ହୋଟେଲ୍ କଡରେ ରଖିବା ଏବଂ ସେଠାରୁ ଚମ୍ପଟ ମାରିବା ପଛର କଣ ଲୁଚି ରହିଛି ଗଢ ରହସ୍ୟ ବା କାରଣ । ପୁଣି ବୋମା ରଖା ଯାଇଥିବା କଥା ହୋଟେଲ୍ ମାଲିକ ଜାଣି ତୁରନ୍ତ ପୋଲିସକୁ ଖବର କରିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୋମା ଖୋଜା ଖୋଜି କରୁଥିବା ବେଳେ ହଠାତ୍ ଅନ୍ୟ ଏକ ସ୍ଥାନରେ ପୋଲିସ ପ୍ରେଜେଣ୍ଟରେ ବୋମାଟି ଖୁବ୍ ଜୋରରେ ଫୁଟିଥିବା ଜଣା ପଡିଛି । ବୋମା ଫୁଟିବା ସ୍ଥାନରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଜାହା ଫଳରେ ହୋଟେଲ ମାଲିକ ସହିତ ସ୍ଥାନୀୟ ଜନସାଧାରଣଙ୍କ ମନରେ ଭୟର ଆତଙ୍କ ମଧ୍ୟ ଖେଳି ଯାଇଥିବା ଜଣାପଡିଛି । ସେପଟେ ମାର୍ଶାଘାଇ ପୋଲିସ ସହିତ କେନ୍ଦ୍ରାପଡା ଏସଡିପିଓ ଶ୍ରୀଯୁକ୍ତ ରାଜୀବ ଲୋଚନ ପଣ୍ଡାଙ୍କ ସମେତ ସ୍ପେସାଲ୍ ସେକ୍ୱାର୍ଡ଼ ପୋଲିସ ଇନଚାର୍ଜ୍ ଶ୍ରୀଯୁକ୍ତ ପିକେ କାନୁନ୍ ଗୋଙ୍କ ନେତୃତ୍ୱରେ ଏକ ପୁରା ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତନାଘନା ଚଳାଇବା ସହିତ ଛାନଭିନ୍ନ ଆରମ୍ଭ କରିଥିବା ଜଣାପଡିଛି । ଏପଟେ ବୋମା ପକାଇଥିବା ବା ରଖିଥିବା ଲୋକଙ୍କୁ ଖୋଜା ଖୋଜି ଆରମ୍ଭ ମଧ୍ୟ ପୋଲିସ୍ କରିଦେଇଛି । ଏଠି କିନ୍ତୁ ଆଜ୍ଞା ମନରେ ଏକ ପ୍ରଶ୍ନ ଉଠେ ଯେ-କିଏ ଏବଂ କାହିଁକି କୌଣସି କାରଣ ନଥାଇ ଉକ୍ତ ହୋଟେଲ୍ କଡରେ ବୋମା ରଖିଲା ଏ ସବୁ ଦିଗରୁ ବିଚାର କଲେ ମନେପଡେ କେନ୍ଦ୍ରାପଡା ସହରର ବଡ ବଡ ଗ୍ୟାଂଗ୍ ଷ୍ଟାର ମାନଙ୍କ କଥା । ଏମିତି ବି ଦିନଥିଲା ପ୍ରତିଦିନ କେନ୍ଦ୍ରାପଡା ସହରରେ କିଛିନା କିଛି ଗୋଟେ ସେମାନଙ୍କ ଦ୍ବାରା ଘଟ୍ଟଣା ଓ ଦୃଘଟ୍ଟଣା ଘଟୁଥିଲା ଏବଂ ଗ୍ୟାଂଗଷ୍ଟାର ମାନେ ନିଜର କାୟା ବିସ୍ତାର କରିଥିଲେ । ହେଲେ ଜିଲ୍ଲାର ସମସ୍ତ ଗ୍ୟାଂଗଷ୍ଟାର ମାନେ ଗିରଫ୍ ହୋଇ ରାଜ୍ୟର ବିଭିନ୍ନ ଜେଲ୍ ହାଜତର କଳା କୋଠରୀର ଅନ୍ଧାରୀ କକ୍ଷ ମଧ୍ୟରେ ଜୀବନ ଅତିବାହିତ କରୁଥିବା ବେଳେ ପୁଣି ଏପରି ଏକ ନିକାଞ୍ଚନ ହୋଟେଲ୍ ପରି ଜାଗାରେ କିଏବା କାହିଁକି ବୋମା ରଖିଲା । ବୋମା ରଖିବା ପଛରେ କେଉଁ ଗ୍ୟାଂଗଷ୍ଟାରଙ୍କ ରହିଛି ହାତ ନା ଏହା ପଛରେ ରହିଛି ସାଧାରଣ ଜନତାଙ୍କୁ ଭୟଭିତ କରିବା ପାଇଁ ଅନ୍ୟକିଛି ଉଦ୍ଧେଶ୍ୟ । କଣ ପୁଣି କୌଣସି ଏକ ନୂର୍ତନ ଗ୍ୟାଂଗର ସୃଷ୍ଟି ବା ସକ୍ରିୟ ହେଉଥିବା ପଛର ମୂଳ କାରଣ ନା ପୂର୍ବ ସତୃତାକୁ କେନ୍ଦ୍ର କରି ଏପରି କାର୍ଯ୍ୟ ଭିଆଇଛନ୍ତି ଅଜଣା ଦୃର୍ବୁର୍ତ । ଏଥି ମଧ୍ୟରେ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଅଜଣା ଅଭିଯୁକ୍ତ ମାନଙ୍କର ପତା ନପାଇବା ପଛର କଣ ରହିଛି କାରଣ । ଏସବୁତ ଆମେ ଆପଣମାନଙ୍କୁ ନିଶ୍ଚିନ୍ତ ରୂପେ ଦେଖାଇବୁ ଆଗାମୀ ଅଧ୍ୟାୟରେ । କିନ୍ତୁ ଏଥର ଆସନ୍ତୁ ଶୁଣିବା ଗଣମାଧ୍ୟମ ଆଗରେ କଣ ଓ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ହୋଟେଲ୍ ମାଲିକଙ୍କ ସହିତ ସ୍ଥାନୀୟ ବାସିନ୍ଦା ସିଧା ସଳଖ ଶୁଣିବା ସେମାନଙ୍କ ମୁହଁରୁ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here