ପ୍ରଖର ସ୍ରୋତରେ ଭାସି ଯାଇଥିବା ଯୁବତୀର ମୃତ ଶରୀର ନଦୀ ଭିତରୁ ଉଦ୍ଧାର : ସୁନ୍ଦରଗଡ଼

ବଣ ଭୋଜି କରିବାଟା ହେଳା କାଳ । ଖରଶ୍ରୋତା ପାଣିରେ ଗାଧୋଇବା ସମୟରେ ଗୋଡ ଖସିଯାଇ ପ୍ରଖର ସ୍ରୋତରେ ଭାସିଯିବା ପରେ ଅଣ୍ଡର ଓ୍ବାଟ ବି ଏ ସେଟ ଦଳ ଓ ଅଗ୍ନିଶମ ବିଭାଗ ବାଲିଶଙ୍କରା ଓ ସୁନ୍ଦରଗଡଙ୍କ ମିଳିତ ଉଦ୍ୟମ ତଥା ଅକ୍ଳାନ୍ତ ପରିଶ୍ରମ ପରେ ୨୪ ଘଣ୍ଟା ପରେ ଭାସି ଯାଇଥିବା ଯୁବତୀର ଶବ ଉଦ୍ଧାର ହୋଇଥିଲା ନଦୀ ଭିତରୁ । ପରିବାର ଓ ସାଙ୍ଗ ସାଥିଙ୍କ ସହିତ ନୂତନ ବର୍ଷର ଆଗମନର ଖୁସିରେ ରାଜଗାଙ୍ଗପୁର କୁହ୍ମାରପଡାରୁ ବାହାରି ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ ନଦୀ ସଂଲଗ୍ନ ଘୋଘଡକୁଣ୍ଡକୁ ଯାଇଥିଲେ ବଣଭୋଜି କରିବା ପାଇଁ । ତେବେ ନଦୀର ଖରସ୍ରୋତା ପାଣି ଟାଣି ନେଇଥିଲା ଏକ ଅମୂଲ୍ୟ ଜୀବନ । ୨୪ ଘଣ୍ଟା ପରେ ସେହି ନଦୀରୁ ଶବ ହୋଇ ବାହାରିଲା ଯୁବତୀଙ୍କ ଶରୀର । ପରିବାର ବର୍ଗ ଓ ସାଙ୍ଗସାଥି ମେଳରେ ଖେଳିଯାଇଛି ଶୋକର ଛାୟା । ୨୨/୨୩ ବର୍ଷୀୟ ଝିଅଟି ଦୁନିଆ ବିଷୟରେ ଭଲ ଭାବେ ଜାଣି ନ ଥିବା ବେଳେ ନଦୀରେ ଭାସି ଯିବାରୁ ପ୍ରାଣ ହରାଇଥିଲେ ଯୁବତୀ ଜଣକ । ଏ ବାବଦରେ ଅଣ୍ଡର ଓ୍ବାଟର ବିଭାଗୀୟ ସହ ଅଧିକାରୀ ସୁନ୍ଦରଗଡ ଅଗ୍ନିଶମ ବିଭାଗ କାର୍ର୍ୟାଳୟର ରବିନାରାୟଣ ସାମଲ ଓ ପାନପୋଷ ସର୍କଲ ଅଧଗକାରୀ ବିନୋଦ କୁମାର ସିଂଙ୍କ ମତବ୍ୟକ୍ତ ଅନୁଯାୟୀ କାଲିଠାରୁ ସେମାନଙ୍କ ବିଭାଗୀୟ ସହକର୍ମୀଗଣ ବିଭିନ୍ନ ଉପାୟରେ ଅନେକ ପ୍ରକାର ଚେଷ୍ଟା କରି ଭାସି ଯାଇଥିବା ଯୁବତୀର ଶବ ଉଦ୍ଧାର କରିଥିଲେ ଆଜି। ନଦୀରୁ ଉଦ୍ଧାର ହୋଇଥିବା ଯୁବତୀର ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଭାସି ଯାଇଥିବା ଯୁବତୀର ମୃତ ଶରୀର ଉଦ୍ଧାର ହେବାର ଖବର ପାଇବା ପରେ ସମଗ୍ର ପୈ।ରଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here