ମୋଟର ସାଇକେଲ କାର ଧକ୍କା, ୨ ଆହତ : ନବରଙ୍ଗପୁର

ଡାବୁଗାଁ, ୪/୧/୨୦୨୧ : ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଝାଲିଆଗୁଡା ଛକ ଉପରେ ସୋମବାର ମଧ୍ୟାନ୍ନ ୧୨॰୩୦ ସମୟରେ ଏକ ମୋଟର ସାଇକେଲ ଓ କାର ସହ ଧକ୍କା ହେବାରୁ ମୋଟର ସାଇକେଲରେ ଥିବା ୨ ଜଣ ଗୁରୁତର ହୋଇଛନ୍ତି |

ସୂଚନାଯୋଗ୍ୟ :- ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ- ୩୯ ରାସ୍ତାର ଜୟପୁର ଠାରୁ ଉମରକୋଟ ଅଭିମୁଖେ ଏକ କାର ନଂ ଓଡି ୧୦ ଇ ୪୮୬୯ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ମୋଟର ସାଇକେଲ ନଂ ସିଜି ୧୭ କେଏନ୯୬୨୯ ସହ ଧକ୍କା ହୋଇଥିଲା | ଫଳରେ ମୋଟରସାଇକେଲ ରେ ଆସୁଥିବା ୨ ଜଣ ବ୍ୟକ୍ତି ରାସ୍ତା କଡକୁ ଛିଟିକି ପଡି ଆହତ ହୋଇଥିଲେ | ଖବର ପାଇ ଡାବୁଗାଁ ଥାନା ପୋଲିସ ଘଟଣାସ୍ଥଳରେ ଆହତ ମାନଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ଆହତ ମାନେ ହେଲେ ଡାବୁଗାଁ ବ୍ଲକ ଅଧୀନ ପରିଆବେଡା ଗ୍ରାମର ତ୍ରିନାଥ ପରଜା (୪୦) ଓ ଲୋକନାଥ ପରଜା (୪୦)| ଦୁର୍ଘଟଣା ଗ୍ରସ୍ତ ୨ ଟି ଗାଡିକୁ ପୋଲିସ ଜବତ କରିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1।TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here