ସ୍କୁଟି ଓ କାର ଧକ୍କାରେ ସ୍କୁଟି ଚାଳକ ନାବାଳକ ଗୁରୁତର :ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ କଣ୍ଟିଆମୁରା ଛକ ନିକଟସ୍ତ ୧୦ ନଂ ଜାତୀୟ ରାଜପଥରେ ସ୍କୁଟି ଓ କାର ଧକ୍କା ହେବାରୁ ସ୍କୁଟି ଚାଳକ ଗୁରୁତର ହୋଇଥିବା ବେଳେ କାର ଚାଳକ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ବଡଗାଁ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ଜନୈକ ନାବାଳକ ସୌମ୍ୟରଞ୍ଜନ ମାଝୀ (୧୬) ସ୍କୁଟି ଯୋଗେ କଣ୍ଟିଆମୁରା ପେଟ୍ରୋଲପମ୍ପ ନିକଟକୁ ତେଲ ଭରିବାକୁ ଦ୍ରୁତ ଗତିରେ ଯାଉଥିବା ବେଳେ ରାଉରକେଲା ପଟୁ ଯାଉଥିବା ଓଡି ୧୪ ପି ୫୮୬୯ ନଂ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁରଘଟଣାରେ ସ୍କୁଟି ଚାଳକ ନାବାଳକ ଛିଟିକି ପଡି ଗୁରୁତର ଅବସ୍ଥାରେ ବଡଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । କାର ମାଲିକ ମନୋଜ କେଜରୀଓ୍ବାଲ ନିଜ କାର ଯୋଗେ ଛତ୍ତିଶଗଡ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ । ଖବର ପାଇ ବଡଗାଁ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ କାର ଓ ସ୍କୁଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here