ଥାନା ହାଜତରେ ନାବାଳକୁ ବିଜୁଳି ଚେଙ୍କ : ରାଉରକେଲା

ଥାନା ହାଜତରେ ନାବାଳକକୁ ମାଡ଼ ମାରିବା ପରେ ଇଲେକ୍ଟ୍ରି ସକ । ଏଭଳି ଅଭିଯୋଗ ଆଣିଛନ୍ତି ନାବାଳକର ପରିବାର । ରାଉରକେଲା ସହରର ଉଦିତନଗର ଥାନାରେ ଘଟିଛି ଘଟଣା । ଗତ ୨୬ ତାରିଖ ଦିନ ପୋଲିଶ ଉକ୍ତ ନାବାଳକଙ୍କ ଘରୁ ଆସି ଏକ ଚୋରି ମୋବାଇଲ ଘଟଣାରେ ତାଙ୍କୁ ପଚାରା ଉଚାର କରିବା ପାଇଁ ଥାନାକୁ ନେଇ ଯାଇଥିଲା ପୋଲିଶ । ସେଠାରେ ପୋଲିସ ନାବାଳକକୁ ୨ ଦିନ ଧରି ପଚାର ଉଚାର କରିବା ସହ ମାଡ଼ ମାରି ଇଲେକ୍ଟ୍ରି ସକ ଦେଇଥିଲେ । ଯାହା ଫଳରେ ପୋଲିଶ ମାଡ଼ ମାରି ଥିବାରୁ ନାବାଳକଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଖରାପ ହୋଇ ଯାଇଥିଲା । ରାଉରକେଲା ସହରର ଟିମ୍ବର କଲୋନୀ ଅଞ୍ଚଳରେ ମା ବାପା ଛେଉଁଣ୍ଡ ନାବାଳକଟି ନିଜ ଜେଜେ ମା ପାଖରେ ରହି ପାଠ ପଢୁଛନ୍ତି ଏବଂ ନବମ ଶ୍ରେଣୀର ଛାତ୍ର ବୋଲି ଯାହା ଜଣା ପଡ଼ିଛି । ଅନ୍ୟପଟରେ ପୋଲିଶ ଚୋରା ମୋବାଇଲ ଅଭିଯୋଗରେ ଆଣିଥିବା ନାବାଳକୁ ଥାନାରେ ପଚାରିବାରୁ ନାବାଳକଟି ରାସ୍ତା କଡରୁ ମୋବାଇଲଟି ପାଇଥିଲା ବୋଲି ପୋଲିଶକୁ କହିଥିଲା ଏବଂ ନାବାଳକଟି ବାରମ୍ବାର ସେ ଚୋରି କରିନାହିଁ କହିଥିବା ପରେ ବି ପୋଲିଶ ଥାନାରେ ନାବାଳକଙ୍କୁ ମାଡ଼ ମାରି ଇଲେକ୍ଟ୍ରି ସକ ଦେଇଥିବା ସହ ତାଙ୍କ ପାଖରୁ ଆଉ ଗୋଟିଏ ମୋବାଇଲକୁ ନେଇଯାଇଛି ପୋଲିଶ । ଏ ବିଷୟରେ ନାବାଳକଙ୍କ ପରିବାର ଥାନାରେ ଯାଇ ମୋବାଇଲର କାଗଜପତ୍ର ଦେଖାଇ ଥିଲେ ମଧ୍ୟ ପୋଲିଶ ମୋବାଇଲ ଦେଉ ନ ଥିବା ନେଇ ଅଭିଯୋଗ କରିଛନ୍ତି ନାବାଳକଙ୍କ ପରିବାର । ଏହା ବ୍ୟତୀତ ଏହି ଘଟଣା ସମ୍ପର୍କରେ ନିଜ ପରିବାର କିମ୍ୱା ଅଖାପାଖ ସାଇ ପଡ଼ିଶା ଆଗରେ ମୁହଁ ଖୋଲିଲେ ପୁଣି ଥାନାକୁ ଆଣିବେ ବୋଲି ପୋଲିଶ ଧମକ ଦେଇଥିବା ବିଷୟରେ ନାବାଳକ କହିଥିଲେ । ତେବେ ପୋଲିଶ ବିନା ପ୍ରମାଣରେ ଜଣେ ନାବାଳକ ପ୍ରତି ନିଜର ପାଓ୍ବାର ଦେଖାଇବା କ’ଣ ଯୁକ୍ତିଯୁକ୍ତ ଅଟେକି । ଏହାର ତୁରନ୍ତ ଉଚ୍ଚ ସ୍ତରୀୟ ତଦନ୍ତ ହେବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here