ନବ ବର୍ଷର ବରିଷ୍ଟ ନାଗରିକଙ୍କ ବନ୍ଧୁ ମିଳନ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ବଣେଇ ଉପଖଣ୍ଡର ଜକେଇକଳା ଠାରେ ନୂତନ ବର୍ଷ ୨୦୨୧ କୁ ସ୍ୱାଗତ ଜଣାଇ ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଦ୍ଵିବାର୍ଷିକ ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ସଭାକୁ ମୋହନ ଚନ୍ଦ୍ର ପ୍ରଧାନ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ଟଙ୍କଧର ସାହୁ ସଭାପତିତ୍ୱ କରିଥିଲେ ଓ ମଞ୍ଚର ନୂତନ କାର୍ଯ୍ୟକର୍ତା ଓ ମଞ୍ଚର ନୀତି ନିୟମ ବିଷୟରେ ଆଲୋକପାତ ହୋଇଥିଲା। ସଭା ପ୍ରାରମ୍ଭରେ ଗ୍ରାମରେ ୨୦୨୦ ବର୍ଷରେ ମୃତ୍ୟୁ ହୋଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ତାଙ୍କର ଆମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା ହୋଇ ସଭା ଆରମ୍ଭ ହୋଇଥିଲା। ସଭାରେ ଜନହିତକର କାର୍ଯ୍ୟ, ଯଥା ଗ୍ରାମର ପରିଛନ୍ନ ଓ ସ୍ଵଛତା କାର୍ଯ୍ୟକ୍ରମ ଅନ୍ତତଃ ମାସକୁ ଏକ ଦିନ କରାଯିବ ବୋଲି ପ୍ରସ୍ତାବ ସର୍ବ ସମ୍ମତିରେ ଗୃହୀତ ହୋଇଥିଲା। ଏହି ସଭାରେ ଗ୍ରାମର ଅନେକ ବୟୋଜ୍ୟେଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ ସେମାନେ ହେଲେ କୈଳାସ ପ୍ରଧାନ, ମୋହନ ଚନ୍ଦ୍ର ପ୍ରଧାନ, ଡମ୍ବରୁ ପ୍ରଧାନ, କନ୍ତାର ସାହୁ, ଦେବାନନ୍ଦ ସାହୁ, କୁମୁଦ ସାହୁ, ହରିହର ପ୍ରଧାନ,ଝାଣ୍ଟୁ ସାହୁ, ଉଗ୍ରେସନ ସେଠୀ, ଲକ୍ଷଣ ବିଶ୍ୱାଳ, ବାଇଞ୍ଚା ବିଶ୍ୱାଳ, ଚନ୍ଦ୍ରମଣି ସାହୁ, ଲଳିତ ସାହୁ, କଳାକାର ସାହୁ ପ୍ରଭୁତି ଯୋଗ ଦେଇଥିଲେ। ପରିଶେଷରେ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ନେଇ ଏକ ଭୋଜିର ଆୟୋଜନ ହୋଇଥିଲା। ଗ୍ରାମର ନାଗରିକ ତଥା ପ୍ରାଥମିକ ଶିକ୍ଷକ ଶ୍ରୀ ରାଜ କିଶୋର ସେଠୀ ସଭ୍ୟମାନଙ୍କ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here