ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ : ସୁନ୍ଦରଗଡ଼

ହିନ୍ଦ ମଜଦୁର ସଭା ସହବନ୍ଧିତ ଇଣ୍ଡିଆନ ଡେ଼ଟୋନେଟର୍ସ ମଜଦୁର ସଭା ପାଖରୁ ଶ୍ରମିକ ତଥା ଠିକା ଶ୍ରମିକ ମାନଙ୍କର ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟକାରୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବାଲିଯୋଡି ସ୍ଥିତ ୟୁନିଅନ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ୟୁନିଅନର ସଭାପତି ତଥା ବିଜେଡି ରାଜ୍ୟ ସମ୍ପାଦକ ଆନନ୍ଦ ମହାନ୍ତି ଏହି ସମାବେଶରେ ସଭାପତିତ୍ୱ କରି ଶ୍ରମିକ ମାନଙ୍କର ଉପୁଜୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରି କହିଲେ ଠିକା ଶ୍ରମିକ ମାନଙ୍କ ଦୀର୍ଘମିଆଦୀ ଚୁକ୍ତିନାମା ଦୀର୍ଘଦିନ ହେବ ସରିଯାଇଥିଲେ ସୁଦ୍ଧା ପରିଚାଳନା କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ ସେ କ୍ଷୋଭ ପ୍ରକାଶ କରି କହିଲେ ଏବଂ ମ୍ୟାନେଜେମେଣ୍ଟ ଅତିଶୀଘ୍ର ୟୁନିୟନ ସହିତ ଆଲୋଚନା ମାଧ୍ୟମରେ ମଜୁରି ଚୁକ୍ତିନାମା ସମାପ୍ତ କରିବାକୁ ଶ୍ରୀ ମହାନ୍ତି ପରାମର୍ଶ ଦେଇଥିଲେ l ସଂଗଠନର ସାଧାରଣ ସମ୍ପାଦକ ଶସଧର ନାୟକ ଆଇଡିଏଲର ବିଭିନ୍ନ ସମସ୍ୟା ଯଥା ଶ୍ରମିକ ମାନଙ୍କୁ ସବୁଦିନେ କାମ ଯୋଗାଇବା, ଛୁଟି ପଇସା ପ୍ରଦାନ କରିବା, ଉର୍ଣ୍ଣତମାନର କ୍ୟାଣ୍ଟିନ ବ୍ୟବସ୍ଥା, ଅଧିକାସମୟ କାମରେ ଓଭରଟାଇମ ଵେବସ୍ତା, ପେସ୍ଲିପ ପ୍ରଦାନ କରିବା ସର୍ବୋପରି ଚାଟାର୍ଡଅଫ ଡିମାଣ୍ଡ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ l ୟୁନିୟନର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ପରିଡା ମଞ୍ଚ ପରିଚାଳନା କରି କହିଲେ ହିନ୍ଦ ମଜଦୁର ସଭା ଏକ ଅଣ ରାଜନୈତିକ ସ୍ୱାଧୀନ ଗଣତାନ୍ତ୍ରିକ ଶ୍ରମିକ ସଂଗଠନ ୧୯୭୨ ମସିହା ଠାରୁ ଆଇଡିଏଲ ଶ୍ରମିକ ମାନଙ୍କର ଦୀର୍ଘ ମିଆଦୀ ଚୁକ୍ତିନାମା ଠାରୁ ଆରମ୍ଭ କରି ଶ୍ରମିକ ମାନଙ୍କର କଲ୍ୟାଣ ସାଧନ କରିଆସିଛି ଏଣୁ ହିନ୍ଦ ମଜଦୁର ସଭା ପତାକା ତଳେ ଏକଜୁଟ ହେବାପାଇଁ ସେ ଉପସ୍ଥିତ ଶ୍ରମିକ ମାନଙ୍କୁ ଆହ୍ୱାନ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଉପସଭାପତି ସିଧେସ୍ଵର ବଳ ଅନ୍ତର୍ଯ୍ୟାମୀ ବେହୁରିଆ ସମ୍ପାଦକ ପ୍ରଭାତ ନାୟକ, ବିଶ୍ୱନାଥ ନାୟକ, ବିଜୟ ନାୟକ, କୁଲୁ ସୋରେନ, ଶକୁନ୍ତଳା ମହାକୁଡ଼, ମୁନି ସୋରେନ, ରାମେଶ୍ୱର ନାଗ, ସୋଭାଇ ଟୁଡୁ, ଭଗବାନ ଖଣ୍ଡାଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ନୂତନ ବର୍ଷର ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ଓ ଆଇଡିଏଲର ପୂର୍ବତନ କର୍ମଚାରୀ ସ୍ବର୍ଗତ ରମେଶ ଚନ୍ଦ୍ର ସାମଲ, ଅଭିରାମ ନାୟକ, ରାମ ନାଥ, ପୁରୁଷୋତ୍ତମ ଜି, ଓ ବୃନ୍ଦାବନ ଜେନାଙ୍କ ବିୟୋଗ ରେ ତାଙ୍କ ଆତ୍ମାର ସଦ୍ଗତି ପାଇଁ ୨ ମିନିଟ ନିରବ ପ୍ରାଥନା କରାଯାଇଥିଲା ଶେଷରେ ରବୀନ୍ଦ୍ର ନାଥ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here