ବଣଭୋଜି ପାଇଁ ଯାଇଥିବା ଯୁବତୀ ପାଣିରେ ନିଖୋଜ :

ଏକ ହୃଦୟ ବିଦାରକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଘୋଘଡଯୋର ଘାଟରେ । ଜନୈକା ବାଳିକା ଗଭୀର ପାଣି ଶ୍ରୋତରେ ଭାସି ଯାଇଥିବା ଜଣାପଡିଛି । ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ପୌରାଞ୍ଚଳରେ ଥିବା କୁମ୍ଭାରପଡାର କିଛି ବାସୀନ୍ଦା ପାରିବାରିକ ବଣଭୋଜି ପାଇଁ ବାଲିଶଙ୍କରା ଅଞ୍ଚଳରେ ଥିବା ଘୋଘଡ ଯୋରକୁ ବଣଭୋଜି ପାଇଁ ଯାଇଥିଲେ । ତେବେ ପରିବାର ଲୋକ ଓ ଉକ୍ତ ଝିଅ ଅନୁପମା ପ୍ରଜାପତି ନିଜର କିଛି ସାଙ୍ଗଙ୍କ ସହିତ ୮/୯ ଜଣ ଯାଇଥିଲେ ବଣ ଭୋଜି ପାଇଁ ତଲସେରା ଥାନା ଅନ୍ତର୍ଗତ ଘୋଘଡ କୁଣ୍ଡକୁ । ସେଠାରେ ୧୧ ଟା ବେଳେ ଅନୁପମା ଗାଧଉଥିବା ବେଳେ ତାଙ୍କର ଗୋଡ ଖସିଯିବାରୁ ସେ ଗଭୀର ପାଣିରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ତଲସେରା ପୋଲିଶ ସହିତ ସୁନ୍ଦରଗଡରୁ ଅଗ୍ନିଶମ ବିଭାଗ ପହଞ୍ଚି ପ୍ରାୟ ୫ ରୁ ୬ ଘଣ୍ଟା ଚେଷ୍ଟାକରି ପାଣିରେ ନିଖୋଜ ହୋଇଥିବା ଝିଅର କୌଣସି ସନ୍ଧାନ ନ ପାଇବାରୁ ପୁନଶ୍ଚ ବିଭାଗୀୟ କାର୍ଯ୍ୟାଳୟ ତରଫରୁ ଅଣ୍ଡର ଓ୍ବାଟର ବି ଏ ସେଟ ଦଳକୁ ଘଟଣାସ୍ଥଳକୁ ପଠାଯାଇଛି । ସେମାନେ ଗଭୀର ପାଣି ଭିତରେ ପଶି ଯାଞ୍ଚ କରିବେ ବୋଲି ଜଣାପଡିଛି । ଅଗ୍ନିଶମ ବିଭାଗର ଉପଖଣ୍ଡ ସର୍କଲ ଅଧିକାରୀ ବିନୋଦ କୁମାର ସିଂ ସଂପୂର୍ଣ୍ଣ ଘଟଣାକୁ ମନିଟରିଙ୍ଗ କରୁଥିବା ନେଇ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ତେବେ ଗଭୀର ପାଣିରେ ନିଖୋଜ ହୋଇଥିବା ଝିଅର ବୟସ ୨୨/୨୩ ହୋଇଥିବ ବୋଲି ଅନୁମାନ କରାଯାଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here