ବାପର ଟାଙ୍ଗିଆ ଚୋଟରେ ପୁଅର ମୃତ୍ୟୁ: ସୁନ୍ଦରଗଡ

ଅକାରଣେ ଚାଲିଗଲା ଜନୈକ ଯୁବକର ଅମୂଲ୍ୟ ଜୀବନ । ନୂତନ ବର୍ଷରେ ମନାଇବାକୁ ଥିବା ଖୁସି ଓ ସ୍ବପ୍ନ ଇହଲୀଳାରେ ସମ୍ବରଣ ହେଲା । ଯୁବକର ଖୁସିକୁ ବାପ ସହି ନ ପାରି ବାରୁ ମର୍ମନ୍ତୁଦ ହତ୍ୟା ଘଟଣାରେ ଚାଲିଗଲା ପୁଅର ଜୀବନ । ଏଭଳି ଏକ ଅଭାବନୀୟ ହୃଦୟ ବିଦାରକ ହତ୍ୟା ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅନ୍ତର୍ଗତ ରୁନଗାଁ ବଡପଡା ଅଞ୍ଚଳରେ । ବାପର ଟାଙ୍ଗିଆ ଚୋଟରେ ମୃତ୍ୟୁ ବରଣ କରିଛି ଯୁବକ ପୁତ୍ର । ମୃତ୍ୟୁ ବରଣ କରିଥିବା ଯୁବକର ନାମ ଶ୍ୟାମସୁନ୍ଦର ମିର୍ଗୀ ( ୨୮) ବୋଲି ଜଣା ପଡିଛି । ସାମାନ୍ୟ କଳିରୁ ବଚସା ଓ ପରେ ନିର୍ମମ ହତ୍ୟା ଘଟଣା ସମ୍ମୁଖକୁ ଆସିଛି । ପୁଅ ଶ୍ୟାମସୁନ୍ଦର ଏକ କୁକୁଡା ଆଣିଥିଲା ନୂଆ ବର୍ଷରେ ଖାଇବା ପାଇଁ । ଏହି ଘଟଣାକୁ ନେଇ ବାପ ପୁଅ ମଧ୍ୟରେ ହୋଇଥିଲା ବଚସା । ଏଥିରେ ଉତ୍କ୍ଷୀପ୍ତ ହୋଇ ବାପ କର୍ମୁ ମିର୍ଗୀ ନିକଟରେ ପଡିଥିବା ଏକ ଟାଙ୍ଗିଆରେ ଚୋଟ ମାରିଥିଲା ପୁଅର ମୁଣ୍ଡକୁ । ତେବେ ଅତ୍ୟଧିକ ରକ୍ତ ଶ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ପୁଅର ମୃତ୍ୟୁ ହୋଇ ଯାଇଥିଲା ।

ଅଭିଯୁକ୍ତ କର୍ମୁ ମିର୍ଗୀ

ଏହି ଘଟଣା ପରେ ପରିବାର ଓ ସାଇପଡିଶା ଲୋକେ କର୍ମୁକୁ ଏକ ଘରେ ବନ୍ଦ କରି ରଖିବା ସହିତ ବଡଗାଁ ପୋଲିଶକୁ ହତ୍ୟା ବାବଦରେ ସୂଚିତ କରିଥିଲେ । ଖବର ପାଇ ବଡଗାଁ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ମୃତ ଯୁବକର ଶବ ଯବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ କର୍ମୁକୁ ଗିରଫ କରିଥିଲା ବଡଗାଁ ପୋଲିଶ । ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here