ଜିଲ୍ଲା ମୁଖ୍ୟାଳୟରେ ଭେକ୍ସିନ ପ୍ରୟୋଗ ନେଇ ମକ ଡ୍ରିଲ :ସୁନ୍ଦରଗଡ଼

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ଆଜି କୋଭିଡ୍ ଭେକ୍ସିନ ପ୍ରୟୋଗ ନେଇ ଏକ ମକ ଡ୍ରିଲ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଏହି ଡ୍ରିଲ କରାଯାଇ ସ୍ୱାସ୍ଥ୍ୟ କର୍ମୀଙ୍କୁ କୋଭିଡ୍ ଭେକ୍ସିନେଶନ ଉପରେ ତାଲିମ ଦିଆଯାଇଛି । ଆସନ୍ତା ସୋମବାର ଠାରୁ ଏହି ପ୍ରୟୋଗ ଆରମ୍ଭ ହେବ । ଏ ନେଇ ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରାଯାଇଥିବା କଥା ସୁନ୍ଦରଗଡ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସରୋଜ କୁମାର ମିଶ୍ର କହିଛନ୍ତି । କୋଭିଡ୍ ଭେକ୍ସିନ ପ୍ରଥମେ ସ୍ୟାସ୍ଥ୍ୟ କର୍ମୀଙ୍କ ଉପରେ ପ୍ରୟୋଗ କରାଯାଇ ଭେକ୍ସିନର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ଲକ୍ଷ୍ୟ ରଖାଯିବ ବୋଲି ସେ କହିଛନ୍ତି । ତେବେ କୌଣସି ହିତାଧିକାରୀ ଯେପରି ସଂଙ୍ଗୀନ ଅବସ୍ଥାକୁ ନ ଆସନ୍ତି ସେ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସମସ୍ତ ବ୍ୟବସ୍ଥା କରିଥିବା କଥା ସେ କହିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here