ଜିଲ୍ଲା ମୁଖ୍ୟାଳୟରେ ଟାୟାର ସୋରୁମ ଉଦଘାଟିତ :ସୁନ୍ଦରଗଡ଼

ସୁନ୍ଦରଗଡରେ ଏମଆରଏଫ ଟାୟାରର ଏକ୍ସକ୍ଲୋସିଭ୍ ସୋ-ରୁମ ଉଦ୍ଦଘାଟିତ । ଷଡଙ୍ଗି ଟାୟାର୍ସ ନାମରେ ଏହି ସୋ-ରୁମ୍ ଆଜି ସୁନ୍ଦରଗଡରେ ଖୋଲିବା ସହ ତା’ର ବ୍ୟବସାୟ ଆରମ୍ଭ କରିଛି । ସୁନ୍ଦରଗଡରେ ଏହି ଟାୟାରର କୌଣସି ସିଧା ବ୍ୟବସାୟୀ ନ ଥିବା ବେଳେ ଆଜି ଷଡଙ୍ଗି ଟାୟାର୍ସ ଏହି ବ୍ୟବସାୟ ଆରମ୍ଭ କରିଛି । ଆଜି ଏହି ସୋ-ରୁମକୁ ଏମଆରଏଫ ଟାୟାରର ଏରିଆ ଜିଲ୍ଲା ମ୍ୟାନେଜର ( ସମ୍ବଲପୁର ) କୁମାର ଗୌରଭ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେ ମେସର୍ସ ଷଡଙ୍ଗି ଟାୟାରକୁ ନିଯୁକ୍ତ କରିବା ସହ କମ୍ପାନୀର ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଏମଆରଏଫ ଟାୟାର ଜଗତରେ ଏକ ଐତିହାସିକ ବିପ୍ଲବ ଆଣିବାସହ ଉନ୍ନତ ମାନ ଓ ଗୁଣବତ୍ତା ଯୋଗୁଁ ଭାରତୀୟ ଯୁଦ୍ଧ ଜାହାଜକୁ ତା’ର ଟାୟାର ଯୋଗାଉଥିବା କଥା କହିଛନ୍ତି । ତେବେ ଭାରତ ବର୍ଷରେ ଯେ କୌଣସି ଗାଡି ହେଉ ନାଁ କାହିଁକି ସମସ୍ତ ଗାଡି ପାଇଁ ଏହି କମ୍ପାନୀ ଟାୟାର ବାହାର କରିସାରିଥିବା କଥା ସେ କହିଛନ୍ତି । ଏମଆରଏଫ ଟାୟାର ର ଏହି ସୋ-ରୁମ ଗାଡି ମାଲିକଙ୍କୁ ସଠିକ ସେବା ଯୋଗାଇବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here