ବସ ବୋଲେରୋ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ଦୁଇ ଆହତ : ସୁନ୍ଦରଗଡ

ସୁନ୍ଦରଗଡ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ କାଦୋଡିହା ଗ୍ରାମ ରାଧାକୃଷ୍ଣ ମନ୍ଦିର ନିକଟରେ ବସ ବୋଲେରୋ ମୁହାଁମୁହିଁ ଧକ୍କାରେ ଜଣେ ଗୁରୁତର ଦୁଇ ଜଣ ଆହତ। ରାଉରକେଲାରୁ କୋଇଡା ଅଭିମୁଖେ ମୟୂରୀ ନାମକ ବସ ଆସୁଥିବା ବେଳେ କାଦୋଡିହା ଗ୍ରାମର ରାଧାକୃଷ୍ଣ ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ଗାଡି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବୋଲେରୋ ଚାଳକ ଜିତେନ୍ଦ୍ର ପାତ୍ର ଗାଡିରେ ଚାପି ହୋଇ ରହିଥିଲେ। ତେବେ ସ୍ଥାନୀୟ ଲୋକେ ଦେଖି ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସହିତ ପୋଲିଶକୁ ଖବର ଦେଇଥିଲେ। ଖବର ପାଇ କୋଇଡା ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଚାପି ହୋଇ ରହିଥିବା ଚାଳକକୁ ଉଦ୍ଧାର କରି କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ। ଅଧିକ ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଆହତ ହୋଇଥିବା ବ୍ୟକ୍ତି ଦ୍ବୟଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ପଠାଇ ଦେଇଥିବା ସୂଚନା ମିଳିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here