ଗତକାଲି ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣା ରେ ୧ ମୃର୍ତ :କେନ୍ଦ୍ରାପଡା

ଗତକାଲି ସନ୍ଧ୍ୟା ୯ଘଟିକା ସମୟରେ ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଧିନ ହରିଅଂଗ୍ ଇନ୍ଦାଳୋ ଗ୍ରାମ ପଞ୍ଚାୟତର ଇନ୍ଦାଳୋ ଗ୍ରାମର ଉପେନ୍ଦ୍ର ନାଥ ପଣ୍ଡାଙ୍କ ପୁଅ ସତ୍ୟଜିତ୍ ପଣ୍ଡା (୨୦)ବର୍ଷ କେନ୍ଦ୍ରାପଡା ଗରାପୁରସ୍ଥିତ ଏକ ମୋବାଇଲ୍ ଦୋକାନରେ କିଛିଦିନ ହେବ କାମକରି ଆସୁଥିଲା । ଗତକାଲି ଉକ୍ତ ଦୋକାନରୁ କାମ ସାରି ପ୍ରତିଦିନ ଭଳି ଏକ ବାଇକ୍ ଯୋଗେ କଟକ ଚାନ୍ଦବାଲି ମୂଖ୍ୟ ରାସ୍ତା ଦେଇ ଗରାପୁର ମୋବାଇଲ୍ ଦୋକାନରୁ ବାଲିଆ, ଚାନ୍ଦୋଳ ରାସ୍ତା ଦେଇ ଘରକୁ ଫେରୁଥିବା ବେଳେ ଜଣ୍ଟିଲୋ ଛକ ନିକଟରେ ତାଙ୍କୁ ଏକ ଅଜଣା ଚାରି ଚକିଆ ଗାଡି ଧକା ଦେଇ ଚାଲି ଯାଇଥିବା ବେଳେ ସତ୍ୟଜୀତ ଘଟ୍ଟଣା ସ୍ଥଳରେ ରକ୍ତ ଯୁଡୁବୁଡୁ ଅବସ୍ଥାରେ କିଛି ସମୟ ପଡି ରହିବା ପରେ ତାଙ୍କ ସେହି ଘଟଣାସ୍ଥଳରେ ହିଁ ମୃର୍ତ୍ୟୁ ହୋଇ ଯାଇଥିଲା । ରାସ୍ତାରେ ଜାତାୟତ କରୁଥିବା ସାଧାରଣ ଲୋକଙ୍କଠାରୁ ଖବର ପାଇ ଘଟଣା ସ୍ଥଳରେ ସଦର ପୋଲିସ୍ ତତକ୍ଷଣାତ୍ ପହଞ୍ଚି ଶବ ଓ ଗାଡିକୁ ଜବତ୍ କରିବାପରେ ଏକ ଘରୋଇ ଆମ୍ବୁଲାନ୍ସ ଯୋଗେ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଆଣି ଫ୍ରିଜରେ ଶବକୁ ରଖା ଯାଇଥିଲା । ଆଜି ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ତାଙ୍କ ପୁଅର ଡେଡ୍ ବଡିକୁ ହସ୍ତାନ୍ତରଣ କରାଯାଇ ତଦନ୍ତ ପ୍ରକ୍ରିୟା ଚାଲୁ ରହିଥିବା ଥାନା ଅଧିକାରୀଙ୍କଠାରୁ ପ୍ରାପ୍ତସୂଚନା ମିଳିଥିବା ଜଣାପଡିଛି । ତେବେ ଆସନ୍ତୁ ଦୃର୍ଘଟ୍ଟଣାରେ ମୃର୍ତା ଯୁବକଙ୍କ ପିତା ଗଣମାଧ୍ୟମକୁ କଣ ଓ କିପ୍ରକାର ସୂଚନା ପ୍ରଦାନ କରୁଛନ୍ତି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here