କେନ୍ଦ୍ରାପଡା ଉପ-କାରାଗାରରେ ଜୈନିକ ଚିକିତ୍ସାଧିନ କୈଦୀଙ୍କ ମୃର୍ତ୍ୟୁ

କେନ୍ଦ୍ରାପଡା ଉପ-କାରାଗାର ପରିସରରେ ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ବାଲିଆ ଗ୍ରାମର ସ୍ୱର୍ଗତ ମାୟାଧର ବେହେରାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ର ବେହେରା(୫୨) କିଛିଦିନ ହେବ ଏକ ଘରୋଇ କେସରେ ଛନ୍ଦୀ ହୋଇ ଡେରାବିଶ୍ ଥାନା ପୋଲିସ ଦ୍ୱାରା ଗିରଫ୍ ହୋଇ କୋର୍ଟ ଚାଲାଣ ହେବା ପରେ ବାରିମୂଳସ୍ଥିତ ଉପ-କାରାଗାର ବା ସବ୍ ଜେଲର ମାତ୍ର ୩ଦିନ ହେବ ବନ୍ଦୀ ଜୀବନ ବା ବିଚାରାଧିନ କୈଦୀଭାବେ ରହି ଆସୁଥିବା ବେଳେ, ଆଜି ରାତ୍ର ୧୦ ଘଟିକା ସମୟରେ ତାର ଦେହ ହଠାତ୍ ଅତ୍ୟନ୍ତ ଖରାପ୍ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ଜେଲ୍ କତ୍ତୃପକ୍ଷଙ୍କ ତରଫରୁ ଗାଡିର ବନ୍ଦୋବସ୍ଥ କରାଯାଇ କେନ୍ଦ୍ରାପଡା ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ଅଣାଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ହସପିଟାଲରେ ପହଞ୍ଚିବା ପରେ ରାତ୍ରୀ ଡ୍ୟୁଟିରେଥିବା ବିଭାଗୀୟ ଡାକ୍ତର ଦେଖି ସୂଚନା ପ୍ରଦାନ କରିଛନ୍ତି । ଖବର ନେବାରୁ ଜଣାପଡିଛି ଯେ-ସେ ଆଗରୁ ରୋଗାଗ୍ରସ୍ଥ ଥିଲେ ଏବଂ କିଛିଦିନ ଧରି ବାଲିଆ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଡେରାବିଶ୍ ମେଡିକାଲରୁ ମଧ୍ୟ ଔଷଧ ଖାଉଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here