ବଦଳିଲେ କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା

ଆଜି କେନ୍ଦ୍ରାପଡା ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ୨୦୧୧ ବ୍ୟାଚର (ଆଇ.ଏ.ଏସ୍) ଅଫିସରଙ୍କ ବଦଳି ହୋଇ ଯାଇଥିବା ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଅଭିଯୋଗ ପ୍ରକୋଷ୍ଠ ଦ୍ୱାରା ଏକ ଚିଠି ଜରିଆରେ ଅପରାହ୍ନରେ ପ୍ରକାଶ ପାଇଥିବା ସୂଚନାରୁ ଜଣାପଡିଛି । ଶ୍ରୀଯୁକ୍ତ ବର୍ମା କେନ୍ଦ୍ରାପଡା ଜିଲ୍ଲାରେ ପ୍ରାୟ ଦୀର୍ଘ ୨ବର୍ଷ ହେବ ୨୦୧୯ ମସିହାରୁ ସୂଚାରୁ ରୂପେ କାର୍ଯ୍ୟକରି ଆସୁଥିଲେ । ରାଜ୍ୟ ସରକାର ନବବର୍ଷ ଉପଲକ୍ଷେ କେନ୍ଦ୍ରାପଡା ଜିଲ୍ଲାବାସୀଙ୍କୁ ଏକ ଭେଟି ସ୍ୱରୂପ ରାୟଗଡାଠାରେ (ପିଡି.ଡି.ଆର.ଡିଏ ) ଭାବେ କାର୍ଯ୍ୟରତ ୨୦୧୫ ବ୍ୟାଚ୍ ବା କ୍ୟାଡରର ଯୁବ (ଆଇ.ଏ.ଏସ୍) ଅଫିସର ଅମ୍ରିତ୍ ଋତୁରାଜଙ୍କୁ କେନ୍ଦ୍ରାପଡାର ନୂର୍ତନ ଜିଲ୍ଲାପାଳ ଭାବେ ନିଯୁକ୍ତି ପ୍ରଦାନ କରିଥିବା ବେଳେ, ପୂର୍ବତନ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମାଙ୍କୁ ପୁରୀ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ହଠାତ୍ ଏପରି ଜଣେ ସଚୋଟ୍ ଓ କର୍ତ୍ତବ୍ୟ ନିଷ୍ଠ ଜିଲ୍ଲାପାଳଙ୍କ ଅଚାନକ ବଦଳିକୁ ନେଇ ସାଧାରଣତଃ ଜିଲ୍ଲା ବାସୀଙ୍କ ମନରେ ରାଜ୍ୟ ସରକାରଙ୍କ ପ୍ରତି ଅସନ୍ତୁଷ୍ଟତା ପ୍ରକାଶ ପାଇଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here