ଯୁବ କଂଗ୍ରେସ ତରଫରୁ କଲରା ମେଡିକାଲ ଠାରେ ଶବକୁ ରଖି ଧାରଣା : ପୁରୀ

ପୁରୀ କଲରା ହସ୍ପିଟାଲ ରେ ୩୧ଜାନୁଆରୀ ସନ୍ଧ୍ୟା ରେ ଦେବନ କୁମାର ସାମନ୍ତରାୟ ଯିଏ କି ଚନ୍ଦ୍ରଭାଗା ମାରିନ ଥାନା ଅଧୀନ ସୁତନ ଗ୍ରାମ ର ଅଧିଵାସି ଡାକ୍ତର ଓ ନର୍ସ ନଥିବା ହେତୁ ବା ମେଡିକାଲ କତୃପକ୍ଷ ଙ୍କ ଅବହେଳା ହେତୁ ଦେବନ  ଙ୍କ ପରଲୋକ ହୋଇଥିବା ନେଇ ଖବର ପହଞ୍ଚିଥିଲେ ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ, ବସ୍ତି ନେତା ମନୋଜ ମଣ୍ଡଳ, ଛାତ୍ରନେତା ବିଭୁତି ଭୂଷଣ ରଥ, ଅନିଲ ବେଜ, ଅନିଲ ପ୍ରଧାନ, ସଦର କଂଗ୍ରେସ ଯୁବ ନେତା ଆଦିତ୍ୟ କୁମାର ପୁରୀ କଲରା ହସ୍ପିଟାଲ ଠାରେ ପହଞ୍ଚିଥିଲୁ | ସେଠାରେ ଦେବନ ଙ୍କ ପରିବାର ସନ୍ତପ ଙ୍କ ସହ ଆଲୋଚନା ପରେ ଜାଣିବାକୁ ପାଇଲୁ କୁ ରୋଗୀ ଦେବନ ଙ୍କୁ ଆଡ଼ମିସନ କରିବା ପରଠାରୁ ତାଙ୍କୁ କୌଣସି ପ୍ରକାର ସେବା ଯୋଗିଆ ଯାଇ ନାହିଁ ଏବଂ ଏହା ସହ ୩୧ଡିସେମ୍ବର ନିଜ ପରିବାର ସହ ଖୁସି ପାଳିବା ପାଇଁ ଡାକ୍ତର ଖାନ ବାବୁ ଏବଂ ଅନ୍ୟ ନର୍ସ ମାନେ ମଧ୍ୟ କେହି ନିଜ ଚାକିରୀ ରେ ଯୋଗଦାନ କରି ନଥିଲେ | ଯାହାଫଳରେ ଦେବନ ଙ୍କୁ ସଠିକ ଚିକିତ୍ସା ମିଳିପାରିଲା ନାହିଁ ଏବଂ ସକାଳୁ ୭.୩୦ମିନଟ ରେ ଦେବନ ପ୍ରାଣ ତ୍ୟାଗ କରିଥିଲେ | ଡାକ୍ତର ଙ୍କ ଅବହେଳା ହେତୁ ଦେବନ ଙ୍କ ଜୀବନ ଯାଇଥିବାରୁ ଯୁବ ଓ ଛାତ୍ର କଂଗ୍ରେସ ର କର୍ମୀ ଦେବନ ଙ୍କ ପରିବାର ସନ୍ତପ ଙ୍କ ସହ ମିଶି ଶବ ସହ ଧାରଣା ରେ ବସିଥିଲେ ହସ୍ପିଟାଲ ପରିସରରେ | ଏହାପରେ ଖବର ପାଇଁ ପୁରୀ ସିଟି ଡିଏସ୍ପି ଏବଂ କୁମ୍ଭାରପଡ଼ା ଥାନା ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ବୁଝା ସୁଝା କରିବା ପରେ ତହସିଲଦାର ପୁରୀ ଆସି ଘଟଣା ସମ୍ପର୍କ ରେ ବୁଝି ୧୦୦୦୦ଟଙ୍କା ନଗଦ ରେଡ଼କ୍ରସ ଫଣ୍ଡ ରୁ ଗରିବ ଦେବନ ସାମନ୍ତରାୟ ଙ୍କ ପତ୍ନୀ ବୀଣାପାଣି ଙ୍କୁ ଦେବନ ଙ୍କ ଶୁଦ୍ଧିକ୍ରିୟା ପାଇଁ ପ୍ରଦାନ କରିବା ସହ | ଯୁବ କଂଗ୍ରେସ ର ଯୁବ ନେତା ଆଲୋକ କୁମାର ଦାଶ ତହସିଲଦାର ଙ୍କୁ ଅନୁରୋଧ କରିଥିଲେ କି ବାପା ଛେଉଣ୍ଡ ପିଲା ଟିକୁ ହୋମଗାର୍ଡ଼ କିମ୍ବା କୌଣସି ଏକ ସରକାରୀ ସଂସ୍ଥା ରେ ଚାକିରୀ ଟିଏ ପ୍ରଦାନ କରିଲେ ତାଙ୍କ ପରିବାର ବର୍ଗ ବାକି ଜୀବନ ଖୁସି ରେ ବଞ୍ଚିପାରିବେ | ଏହି କଥା କୁ ତହସିଲଦାର ଗ୍ରହଣ କରିବା ସହ ଲିଖିତ ଆକାରରେ ଏକ ସ୍ଥାୟୀ ନିଯୁକ୍ତି ପାଇଁ ଦରଖାସ୍ତ ଗ୍ରହଣ କରିଥିଲେ | ଏହା ସହ ଏହାର ସମ୍ପୁର୍ଣ୍ଣ ତଦନ୍ତ କରାଯିବ ବୋଲି ଏବଂ ଡାକ୍ତର ଙ୍କ ବିରୋଧ ରେ ଉଚିତ ପଦକ୍ଷପ ନିଆଯିବ ଏବଂ କାରଣ ଦର୍ଶାଅ ନୋଟିସ ଡାକ୍ତର ଏବଂ ନର୍ସ ଙ୍କୁ ଦିଆଯିବ ବୋଲି ତହସିଲଦାର ଓ ସିଟି ଡିଏସ୍ପି କଥା ଦେଇଥିଲେ | ଯୁବ କଂଗ୍ରେସ ନେତା ଆଲୋକ କୁମାର ଦାଶ ଦେବାନ ସାମନ୍ତରାୟ ଙ୍କୁ ନାୟ ପ୍ରଦାନ ପାଇଁ ମାନବ ଅଧିକାର କମିଶନ ଙ୍କ ଦ୍ୱାରସ୍ଥ ହୋଇ ଶୋକ ସନ୍ତପ ପରିବାର ଙ୍କୁ ନାୟ ପ୍ରଦାନ ପାଇଁ ଦେବନ ଙ୍କ ପରିବାର ଲୋକଙ୍କୁ କଥା ଦେଇଛନ୍ତି ଆଗାମୀ ୩ଦିନ ମଧ୍ୟ ରେ ମାନବ ଅଧିକାର ଙ୍କ ଦ୍ୱାରସ୍ଥ ହେବ ଯୁବ କଂଗ୍ରେସ | ଏହା ସହ ଆଲୋକ ଏବଂ ଅନ୍ୟ ଯୁବ ଓ ଛାତ୍ର କଂଗ୍ରେସ ର ସଦସ୍ୟ ଗଣ କହିଥିଲେ କି ପୁରୀ କୁ ସୁନ୍ଦର କରାଯାଉଥିବା ବେଳେ ପୁରୀକୁ ଆଲୋକ ମାଳା ରେ ସଜା ଯାଉଥିବା ବେଳେ ପ୍ରତ୍ୟକ ଦିନ ପୁରୀର ସ୍ୱାସ୍ଥ୍ୟ ଅବସ୍ଥା ବିପର୍ଯୟ ହେତୁ ଗୋଟେ ଗୋଟେ ପରିବାର ର ଦୀପ ଲିଭୁଛି | ପୁରୀ ର ସମସ୍ତ ମେଡିକାଲ ଏବଂ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ମସାଣି ଘର ହୋଇଗଲାଣି ବୋଲି ଯୁବ ନେତା ଆଲୋକ କୁମାର ଦାଶ ମନ୍ତବ୍ୟ ଦେଇଛନ୍ତି |

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here