ଖବର ସଂକ୍ଷେପ ରେ……ତାରିଖ ୦୨/୦୧/୨୦, ଶନିବାର(NEWS IN BULLETS)

୧-୩ରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା: ଦିନକୁ ୧୫ରୁ ୧୭ ହଜାର ଭକ୍ତ ଶ୍ରୀଜୀଉଁଙ୍କୁ କରି ପାରିବେ ଦର୍ଶନ।

୨-୮୪୫୪୯-୫୫୫୫୫କୁ ମିସ୍‌ଡ କଲ୍‌ କଲେ ହୋଇପାରିବ ନୂଆ ଗ୍ୟାସ ସଂଯୋଗ ସହ ଗ୍ୟାସ ରିଫିଲିଂ: ଲଞ୍ଚିଂ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୩-ନୂଆ ବର୍ଷରେ ଦେଶକୁ ମିଳିଲା କୋଭିଡ୍‌ ଟିକା, ଜାନୁଆରୀ ୬ରୁ ଆରମ୍ଭ ହୋଇପାରେ ଟିକାକରଣ।

୪-ନୂଆ ବର୍ଷରେ ସ୍ବାସ୍ଥ୍ୟ ଭିତିଭୂମିକୁ ସରକାରଙ୍କ ଗୁରୁତ୍ବ:୮୪ଟି ୧୦୮ ଆମ୍ବୁଲାନ୍ସକୁ ମୁଖ୍ୟମନ୍ତ୍ରୀଙ୍କ ଲୋକାର୍ପଣ।

୫-ଭୁବନେଶ୍ୱର: ରାଜ୍ୟରେ ଆଉ ତିନି ଦିନ ଶୀତ ଲହରୀ ଓ ଘନ କୁହୁଡି ଲାଗି ରହିବ।

୬-ଭୁବନେଶ୍ୱର:୪ ଜିଲାପାଳ ବଦଳିଲେ, ଭିନିଲ କ୍ରିଷ୍ଣା ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ।

୭-ନୁଆ ବର୍ଷ ପହିଲା: ପଡ଼ିଲା ଆମିଷ ବାର, ଭୁବନେଶ୍ୱରରେ ଖାଇଗଲେ ୩୫୦୦ ମେଁ,ଲକ୍ଷେ କେଁ।

୮-ରାଉରକେଲା:SAILର ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କଲେ ସୋମା ମଣ୍ଡଳ।

୯-ମାମଲା ରୁଜୁରେ ଓଡ଼ିଶା ଭିଜିଲାନ୍ସ ଆଗୁଆ,୩୮୧ଜଣଙ୍କ ବିରୋଧରେ ୨୪୫ ମାମଲା।

୧୦-ଭୁବନେଶ୍ୱର:୧୧ DSP ହେଲେ ଅତିରିକ୍ତ SP।

୧୧-ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ନେଇ ଦାବି, ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here