ବଡଦାଣ୍ଡରେ ବଡଦାଣ୍ଡ ସେବା ଅନୁଷ୍ଠିତ

ପୁରୀ– ଆଜି ନବବର୍ଷରେ ବଡଦାଣ୍ଡରେ ବଡଦାଣ୍ଡ ସେବା ଅନୁଷ୍ଠିତ ହୋଇଛି । ବଡଦାଣ୍ଡରେ ସଫେଇ ସହ ସହରକୁ ସ୍ବଚ୍ଛ ରଖିବା ଉଦ୍ଦେଶ୍ୟରେ ସଚେତନତା ସୃଷ୍ଟି ପୂର୍ବକ ସହରବାସୀଙ୍କ ସହଯୋଗ ଲୋଡି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବଡଦାଣ୍ଡର ଶ୍ରୀ ମନ୍ଦିର କାର୍ଯ୍ୟାଳୟ, ମର୍ଚ୍ଚିକୋଟ ଛକ, ମାର୍କେଟ ଛକ, ଡାକ୍ତରଖାନା ଛକ, ବଡଶଙ୍ଖ, ଗୁଣ୍ଡିଚା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଫେଇ ଅଭିଯାନରେ ସାମିଲ ହେବା ସହ ସ୍ବଚ୍ଛତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ସେହିପରି ପୁରୀ ବିଧାୟକ ଶ୍ରୀ ଜୟନ୍ତ କୁମାର ଷଢଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରୀକୁ ବିଶ୍ବ ଦରବାରରେ ସୁପରିଚିତ କରିବା ଲକ୍ଷରେ କାମ କରିବାକୁ ପରାମର୍ଶ ଦେଇଥିଲେ । ସେହିଭଳି ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ସଫେଇ କର୍ମଚାରୀଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରିବା ସହ ସ୍ବଚ୍ଛ ପୁରୀ ଗଠନ ଦିଗରେ ସେମାନଙ୍କ ସେବା ମନୋବୃତ୍ତି ଉତ୍ସାହଜନକ ବୋଲି ମତବ୍ୟକ୍ତ କରିଥିଲେ । ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ସଫେଇ କର୍ମଚାରୀ, ବଡଦାଣ୍ଡର ଉଭୟ ପାର୍ଶ୍ବରେ ଥିବା ବ୍ୟବସାୟୀ, ଉଠା ଦୋକାନୀ, ଉପସ୍ଥିତ ଅଧିକାରୀ ଓ କର୍ମଚାରୀ, ଜନସାଧାରଣ ପ୍ରମୁଖଙ୍କୁ ସ୍ବଚ୍ଛତାର ଶପଥପାଠ କରାଇଥିଲେ । ଏହି ଅବସରରେ ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଡେପୁଟି କଲେକ୍ଟର ଶ୍ରୀ ପ୍ରଶାନ୍ତ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶାନ୍ତନୁ କୁମାର ଦାଶ, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ସନ୍ତୋଷ କୁମାର ମହାନ୍ତି, ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଫିଡବ୍ୟାକ ଫାଉଣ୍ଡେସନର ଶ୍ରୀ ଜ୍ୟୋତିପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here