ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଙ୍କ ନୂଆବର୍ଷରେ ସମୟପଯୋଗୀ ପଦକ୍ଷେପ

ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭାରତବର୍ଷ ର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କୁ ପତ୍ର ଲେଖି ଶ୍ରୀକ୍ଷେତ୍ର ପୁରୀ ଠାରେ  ଶ୍ରୀଜଗନ୍ନାଥ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା କରାଯିବା ପାଇଁ ଅନୁରୋଧ କରିଛନ୍ତି  lମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆରାଧ୍ୟ ପିଠ ଶ୍ରୀକ୍ଷେତ୍ର ସାରା ବିଶ୍ୱ ପାଇଁ ଏକ ପବିତ୍ର କ୍ଷେତ୍ର ଏବଂ ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ପୀଠ l ଏହି ବିଶ୍ଵପ୍ରସିଦ୍ଧ ପବିତ୍ର ଧାମ କୁ ସାରା ବିଶ୍ୱ ରୁ ତୀର୍ଥ ଯାତ୍ରୀ ମାନେ ବର୍ଷ ତମାମ ଆସିଥାନ୍ତି l ମହାପ୍ରଭୁ ଙ୍କ ରଥଯାତ୍ରା ବିଶ୍ଵପ୍ରସିଦ୍ଧ l ପୁରୀ ଶ୍ରୀକ୍ଷେତ୍ର ଠାରୁ ଅନତି ଦୂର ରେ ବିଶ୍ଵ ଏୈତିହ ସ୍ଥଳ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର କୋଣାର୍କ ଓ ଏସିଆ ମହାଦେଶ ର ସର୍ବବୃହତ ହ୍ରଦ ଚିଲିକା, ରାମଚଣ୍ଡୀ- ଚନ୍ଦ୍ରଭାଗା, ବାଲିହରଚଣ୍ଡୀ, ଅଲାରନାଥ ଓ ମା କାଳିଜାଇ ମନ୍ଦିର ଓ ସିରୁଳୀ ମହାବୀର ଭଳି ଏୈତିହାସିକ ପିଠ ଅବସ୍ଥିତ l ଆନ୍ତର୍ଜାତିକ ପରିବେଶ ଓ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ପୁରୀ ବେଳାଭୂମି ବିଶ୍ଵ ପର୍ଯ୍ୟଟନ ର ସମସ୍ତ ମାନକ କୁ ପରିପୂରଣ କରୁଛି l ପୁରୀ ର ବେଳାଭୂମି ସହିତ ଅସ୍ତରଙ୍ଗ ରେ ଗଢିଉଠିବାକୁ ଯାଉଥିବା ବନ୍ଦର, ଉପକୁଳ ଜାତୀୟ ରାଜପଥ ଅର୍ଥନୈତିକ ବିକାଶ ରେ ସମସ୍ତ ସମ୍ଭାବନା ଭରି ରହିଚି l ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ର ପବିତ୍ର ଶ୍ରୀକ୍ଷେତ୍ର, ସ୍ଵର୍ଣ୍ଣାଭ ବେଳାଭୂମି,କୋଣାର୍କ, ଚିଲିକା ତଥା ପରିବେଶ ଓ ପର୍ଯ୍ୟଟନ ପାଇଁ ସମସ୍ତ ମାପଦଣ୍ଡ ଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କର ପୁରୀ ଠାରେ ଆନ୍ତର୍ଜାତୀୟ ବିମାନବନ୍ଦର ପ୍ରତିଷ୍ଠା ଦାବି ପୁରୀ ତଥା ରାଜ୍ଯର ବିକାଶ ପ୍ରତି ଥିବା ତାଙ୍କର ପ୍ରତିବଦ୍ଧତାକୁ ପୁଣି ଥରେ ପ୍ରମାଣିତ କରୁଛି l

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here