ପିକଅଫ ଭ୍ୟାନ ଓଲଟି ଜଣେ ମୃତ ଦୁଇ ଗୁରୁତର :ବଣାଇଁ

ବଣାଇଁ: ନୂତନ ବର୍ଷରେ ଅୟମାରମ୍ଭ ହୋଇଛି ଦୁର୍ଘଟଣା ଜନିତ ମୃତ୍ୟୁ । ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜନୈକ ଯୁବ ଶ୍ରମିକର ଅମୂଲ୍ୟ ଜୀବନ ଚାଲିଗଲା । କାର୍ଯ୍ୟରତ ଶ୍ରମିକ ଇହଲୀଳା ସମ୍ବରଣ କରିଥିଲେ ଦୁର୍ଘଟଣାରେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଭାଲଡୁଗୁଂରୀ ଗ୍ରାମ ନିକଟରେ । ଏକ ପିକ ଅଫ ଭ୍ୟାନ ଓଲଟି ଜଣେ ଯୁବକର ମୃତ୍ୟୁ ହେଇଥିବାବେଳେ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଆଜି ମୂର୍ତ୍ତିକା ସଂରକ୍ଷଣ ତଦାରଖ କରିବା ପାଇଁ ୫ଜଣ ଶ୍ରମିକ କାର୍ଯ୍ୟ କରୁଥିଲେ। ତେବେ ସେମାନେ କାମ ସାରିବା ପରେ ରହୁଥିବା ସ୍ଥାନକୁ କମ୍ପାନୀ ପିକ ଅଫ ଭ୍ୟାନ ଏମ ଏଚ ୪ ଶୂନ୍ୟ ୫୮୦୩ ନମ୍ବର ଗାଡିରେ ବସି ଯାଉଥିବା ବେଳେ ଭାଲଡୁଗୁଂରୀ ରାସ୍ତା ନିକଟରେ ପିକ ଅଫ ଭ୍ୟାନଟି ଭାରସାମ୍ଯ ହରାଇ ରାସ୍ତା ତଳକୁ ଓଲଟି ପଡିବା ଫଳରେ ଜଣେ ଯୁବକ ଅମିତ ପଟେଲଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନ୍ୟ ମାନଙ୍କ ମଧ୍ୟରୁ ମହେନ୍ଦ୍ର ଭୈରବ ଓ ଦିଲ୍ଲୀପ ନେତାମ ଦୁଇଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିବା ଜଣାପଡିଛି।

ମୃତ ଯୁବକ ଏବଂ ଗୁରୁତର ଆହତ ବ୍ୟକ୍ତି ଦୁଇଜଣ ହେଉଛନ୍ତି ମହାରାଷ୍ଟ୍ର ରାଜ୍ୟସ୍ଥିତ ଜିଲ୍ଲା ଭଣ୍ଡାରନ ଗ୍ରାମ ଡେଙ୍ଗୁଲ ବୋଲି ଜଣାପଡିଛି। ଖବର ପାଇ ବଣାଇଁ ପୋଲିଶ ଏଏସଆଇ ବରୁଣ କୁମାର ନାୟକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ରେ ଓଲଟି ଥିବା ଗାଡ଼ିକୁ ଜବତ କରି ମୁତ ଯୁବକକୁ ବ୍ୟବଚ୍ଛେଦ ପାଇଁ ପଠାଇ ସହ ଘଟଣାର ତଦନ୍ତ ଚଲାଇଥିବା ଜଣାପଡ଼ିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here