କୁମ୍ଭୀରର ମୃତ୍ୟୁକୁ ନେଇ ଚର୍ଚ୍ଚା ; ରୋଗରୁ ନା ମତ୍ସ୍ୟଜୀବିଙ୍କ ଜାଲରେ ମରିଲା କୁମ୍ଭୀର

କେନ୍ଦ୍ରାପଡା ଜିଲ୍ଲା ରାଜନଗର ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ପ୍ରବାହିତ ବ୍ରାହ୍ମଣୀ ନଦୀରେ ଏକ ୮ ଫୁଟର ବଉଳା କୁମ୍ଭୀର ମରି ଭାସୁଥିବାର ଦେଖିବାକୁ ମିଳିଛି। ପରମାନନ୍ଦପୁର ଗାଁ ନିକଟରେ କୁମ୍ଭୀରଟି ୨/୪ଦିନ ତଳୁ ମରିଥିବା ଅନୁମାନ କରାଯାଉଛି। ଖବର ପାଇ କନିକା ରେଂଜର ଓ ବନ କର୍ମଚାରୀମାନେ ମୃତ କୁମ୍ଭୀରକୁ ଉଦ୍ଧାର କରିଛନ୍ତି।
ଏଭଳି ବାରମ୍ବାର କୁମ୍ଭୀରଙ୍କ ମୃତ୍ୟୁ ଉଦ୍‌ବେଗ ସୃଷ୍ଟି କରିଛି। ଆଜି ମୃତ କୁମ୍ଭୀରର ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ମାସେ ତଳେ ପାଟ୍ଟଶାଳା ନଦୀରେ ୫ ଫୁଟ ୧୦ ଇଂଚର ମାଈ କୁମ୍ଭୀରର ମୃତଦେହ ଉଦ୍ଧାର ହୋଇଥିଲା। ଅନ୍ୟପକ୍ଷରେ, ଜାନୁଆରି ୫ରୁ ୧୪ ପରିବର୍ତ୍ତେ ଏହି ମାସ ୧୫ ରୁ ୨୩ ତାରିଖ ଯାଏ ଭିତରକନିକାରେ କୁମ୍ଭୀରମାନଙ୍କ ଗଣନା କରାଯିବ। ଏହି ସମୟ ମଧ୍ୟରେ ଭିତରକନିକା ଜାତୀୟ ଉଦ୍ୟାନ ସାଧାରଣ ଯାତାୟାତ ଓ ପରିଦର୍ଶନ ପାଇଁ ବନ୍ଦ ରହିବ ବୋଲି ଡିଏଫ୍‌ଓ ବିକାଶ ରଂଜନ ଦାଶ ସୂଚନା ଦେଇଛନ୍ତି।

କେନ୍ଦ୍ରାପଡା ରୁ ଜିଲା ପ୍ରତିନିଧି ପ୍ରିୟବ୍ରତ ଓଝା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here