ବଣେଇ ଅବକାରୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେ କାର୍ଯ୍ୟରତ ଅବକାରୀ ଅଧିକାରୀ ରିୟାଜ ଅହମ୍ମଦ ବେଗ୍ ନିଜର ଚାକିରି କାଳ ମଧ୍ୟରେ ୫ ଥର ନିଲମ୍ବିତ ହୋଇଛନ୍ତି । ଅପାରଗତା , ନିଶ୍ଠାହିନତା ତଥା ଦାୟିତ୍ଵ ହିନ ବ୍ୟବହାର ପାଇଁ ତାଙ୍କ ବିରୋଧରେ ମଧ୍ୟ ୫ ଗୋଟି ବିଭାଗ ତରଫରୁ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦାୟିତ୍ୱରେ ଅବହେଳା ଓ ଅଶୋଭନୀୟ ବ୍ୟବହାର ଆଦି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହି ଥିବାରୁ ସେ ସରକାରୀ ଚାକିରି କରିବା ପାଇଁ ସଂପୂର୍ଣ୍ଣ ଅଯୋଗ୍ୟ । ପ୍ରଶାସନରେ ସ୍ୱଚ୍ଛତା , ଉତ୍ତରଦାୟିତ୍ୱ ଓ ସେବା ମନୋଭାବର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଆସୁଛନ୍ତି । ଦୁର୍ନୀତି ବା ଲୋକଙ୍କୁ ସେବା ଯୋଗାଇବାରେ ଅବହେଳା କରୁଥିବା କର୍ମଚାରୀ ମାନଙ୍କ ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଏଥି ପୂର୍ବରୁ ଅଧିକାରୀ ମହୋଦୟ ବଣେଇ ଉପଖଣ୍ଡର ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗମ୍ଭାରଡ଼ିହି ଗ୍ରାମରେ ଜଣେ ନାବାଳିକା ଝିଅକୁ ଦେଶି ମଦ ଧରିବା ବାହାନାରେ ଟଣା ଓଟରା କରିବା ସହ ମାଡ଼ ମାରିବା ଅଭିଯୋଗରେ ପରିବାର ପକ୍ଷରୁ ଲହୁଣୀପଡ଼ା ଥାନାରେ ଅଭିଯୋଗ ହୋଇଥିଲା ।ବଣେଇ ଅବକାରୀ ବିଭାଗର ଅଧିକାରୀ ରିଆଜ ଅହମଦ ବେଗ ତାଙ୍କ ଅବକାରୀ ବିଭାଗର କର୍ମଚାରୀ ଙ୍କ ସହ ଦେଶୀ ମହୁଲି ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଲହୁଣୀପଡା ଥାନା ଅନ୍ତର୍ଗତ ଗମ୍ଭାରଡ଼ିହି ଗ୍ରାମର ଦଶରୁ ସାହୁ ଙ୍କ ଘରେ ଦେଶିମଦ ପାଇବା ପରେ ଘରେ ଏକୁଟିଆ ଥିବା ନାବାଳିକା ଝିଅକୁ ତାଗିଦ କରିବା ସହ ବାସନ କୁସନ ଭଙ୍ଗାରୁଜା କରିବା ବ୍ୟତୀତ ନାବାଳିକା ଝିଅକୁ ଦୁର୍ବ୍ୟବହାର କରିବା ସହିତ ଟଣାଓଟରା କରି ମାଡ଼ ମାରିଥିବା ଅଭିଯୋଗ ଆଣିଛନ୍ତି ନାବାଳିକା ଝିଅ। ଝିଅର ବାପା ଦଶରୁ ସାହୁ ସାପ୍ତାହିକ ହାଟରେ ମାଂସ ଚାଖଣା ବିକ୍ରି କରି ପରିବାରର ଭରଣ ପୋଷଣ କରିଥାନ୍ତି । କିନ୍ତୁ ଏବେ ସାପ୍ତାହିକ ହାଟ ସବୁ କରୋନା ଯୋଗୁଁ ବନ୍ଦ ଥିବାରୁ ଚାଷ ବାସ କାମରେ ମୂଲିଆ ଲଗାଇ କାମ କରାଇବା ପାଇଁ କିଛି ଦେଶୀ ମଦ ଘରେ ରଖିଥିବା ନେଇ ମତବ୍ୟକ୍ତ କରିଥିଲେ ।ଏଠି ସବୁଠାରୁ ବଡ଼ ପ୍ରଶ୍ନ ହେଲା ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରିବର୍ତ୍ତେ ଦବଙ୍ଗଗିରି ଦେଖାଇ ଜଣେ ଏକୁଟିଆ ଘରେ ଥିବା ନାବାଳିକାଙ୍କୁ ମାଡ଼ ମାରିବା ଓ ଅସତ ବ୍ୟବହାର ପ୍ରଦର୍ଶନ କରିବା କେତେଦୂର ଯୁକ୍ତିଯୁକ୍ତ। ଏବେ ନାବାଳିକାର ଗାଲ ଫୁଲିବା ସହ କାନରେ ଯନ୍ତ୍ରଣା ହେଉଥିବା ଅଭିଯୋଗ କରିଥିଲେ ଉକ୍ତ ନାବାଳିକା। ଅବକାରୀ ବିଭାଗର ଅଧିକାରୀ ରିଆଜ ଅହମଦ ବେଗଙ୍କ ପ୍ରତିକ୍ରିୟା ନେବାରୁ ସେ ଏହାକୁ ଖଣ୍ଡନ କରିବା ସହ ଘଟଣାଟି ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି। ଏବେ ଦେଖିବାକୁ ବାକିରହିଲା ପ୍ରଶାସନ ତାଙ୍କ ପ୍ରତି କଣ ପଦକ୍ଷେପ ନେଉଛି। ତେବେ ମୁଖ୍ୟ କଥା ହେଉଛି ନାବାଳିକା ଝିଅ ଘରେ ଏକୁଟିଆ ଥିବା ବେଳେ ଅବକାରୀ ଅଧିକାରୀ ମହିଳା ସହକର୍ମୀଙ୍କୁ ନ ଆଣି ଏକୁଟିଆ ସେ ପଶିଥିଲେ କାହା ନିର୍ଦ୍ଦେଶରେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here