ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ପୌରପାଲିକାର କାର୍ଯ ନିର୍ବାହୀ ଅଧିକାରୀ

ସୁନ୍ଦରଗଡ: ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ସୁନ୍ଦରଗଡ଼ ପୈ।ରପାଳିକାର ଇ ଓ । ଝାରସୁଗୁଡାର ଜଣେ କପଡା ବ୍ୟବସାବସାୟୀ ଠାରୁ ପନ୍ଦର ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡିଥିଲେ । ପ୍ରାୟ ଦଶ ବର୍ଷ ତଳେ ସଇଦ୍ ହକ୍ ନାମକ ଜଣେ କପଡା ବ୍ୟବସାୟୀ ସୁନ୍ଦରଗଡ ପୌରପାଳିକାକୁ କପଡା ଯୋଗାଇଥିଲେ । ଉକ୍ତ କପଡାର ବକେୟା ବିଲ ପାଇବା ପାଇଁ ବାରମ୍ବାର ସୁନ୍ଦରଗଡ ପୌରପାଳିକା କାର୍ଯ୍ୟାଳକୁ ବ୍ୟବସାୟୀ ଜଣକ ଧାଉଁଥିଲେ । ମାତ୍ର କର୍ତ୍ତୁପକ୍ଷ ବିଲ କରିବାକୁ ରାଜି ହୋଇନଥିଲେ । ପରେ ବହୁ କାକୁତିମିନତି କଲା ପରେ ବର୍ତ୍ତମାନର କାର୍ଯ଼୍ଯନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର ରାଜି ହୋଇଥିଲେ । ହେଲେ ନିର୍ବାହୀ ଅଧିକାରୀ ବିଲ ପଇସାରୁ ଅଗ୍ରିମ ପନ୍ଦର ହଜାର ଟଙ୍କା ମାଗିଥିଲେ । କପଡା ବ୍ଯବସାୟୀ ହକ୍ ତାହା ଦେବାକୁ ରାଜି ହେବା ସହ ସେହି ବାବଦରେ ସୁନ୍ଦରଗଡ ବିଜିଲାନ୍ସ ବିଭାଗକୁ ଅଭିଯୋଗ କରିଥିଲେ । ଆଜି ଅପରାହ୍ନରେ ପୌରପାଳିକା ଅଧିକାରୀ ନିଜ ଅଫିସ ଚେମ୍ବରରେ ଲାଞ୍ଚ ଟଙ୍କା ପନ୍ଦର ହଜାର ବ୍ୟବସାୟୀ ହକ୍ ଙ୍କ ଠାରୁ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ପରେ ନିର୍ବାହୀ ଅଧିକାରୀଙ୍କ ସରକାରୀ ଭବନରେ ବି ତଦନ୍ତ କରାଯାଇଥିଲା ସୁନ୍ଦରଗଡ ଭିଜିଲାନ୍ସ୍ ଡି.ଏସ୍.ପି. ବିରେନ୍ଦ୍ର କୁମାର ନାଏକଙ୍କ ନେତୃତ୍ବରେ ଏହି ଭିଜିଲାନ୍ସ୍ ରେଡ୍ ହୋଇଥିବା ପରିଲକ୍ଷିତ ହୋଇଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here