ପଟ୍ଟାମୁଣ୍ଡାଇ ପୋଲିସ ର ଆଉ ଏକ ଚାଞ୍ଚଲ୍ୟ କର ଖୁଲାସା : କେନ୍ଦ୍ରାପଡା

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ତମାଳ ଶାସନ(ଚଉଦକୁଲାଟ) ର ପ୍ରତ୍ୟୁଷ ମିଶ୍ର ଗତ ତା 28.12.2020 ରିଖ ସକାଳ 11.30 ମିନିଟ୍ ସମୟରେ ଗୋପିନାଥ ଛକ ନିକଟରେ ମଟର ସାଇକେଲ ଯୋଗେ ଆସୁଥିବା ବେଳେ ଏକ ଛୋଟ ଆକ୍ସିଡେଣ୍ଟ ହୋଇଥିଲା। ସେହି ଆକ୍ସିଡେଣ୍ଟ କୁ କେନ୍ଦ୍ରକରି 5 ଜଣ ଯୁବକଙ୍କ ସହିତ ଝଗଡ଼ା ହୋଇଥିଲା। ପ୍ରତ୍ୟୁଷ ମିଶ୍ର ତାଙ୍କ ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ର ଙ୍କୁ ଏ ବିଷୟରେ ଜଣାଇଥିଲେ। ପରେ ପ୍ରତ୍ୟୁଷ ର ବାପା ପୂର୍ଣ୍ଣଚନ୍ଦ୍ର ମିଶ୍ର କୁଚକ୍ରାନ୍ତ କରି ପ୍ରତ୍ୟୁଷ ଙ୍କୁ ପରାମର୍ଶ ଦେଇଥିଲେ ଓ କହିଥିଲେ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦିଅ ଓ ଏତଲା ରେ ଲେଖ ମୋତେ ମାଡ ମାରି ମୋଠାରୁ ଜୋର ଜବରଦସ୍ଥ 3 ଲକ୍ଷ ଟଙ୍କା ଛଡାଇ ନେଇଯାଇଛନ୍ତି। ପୂର୍ଣ୍ଣଚନ୍ଦ୍ର ଏମିତି ଗୁଳି ଚଳାଇଥିଲେ ଯେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଥାନ୍ତେ କିନ୍ତୁ ପୂର୍ଣ୍ଣଚନ୍ଦ୍ର ଙ୍କ କାରନାମା ଧରା ପଡିଗଲା । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାର ଆଇଆଇସି ରାକେଶ କୁମାର ତ୍ରିପାଠୀ ଯିଏ ତଦନ୍ତ କରି ଏହି କାଳ୍ପନିକ ଚୋରିର ଗୁମର ଖୋଲିଦେଇଛନ୍ତି । ପ୍ରତ୍ୟୁଷ ମିଶ୍ର ଙ୍କ 3ଲକ୍ଷ ଟଙ୍କା ଚୋରି ହୋଇଥିବା ଖବରପାଇ ନୂତନ ଭାବେ ଆସିଥିବା କେନ୍ଦ୍ରାପଡ଼ା Sp (ଆରକ୍ଷୀ ଅଧିକ୍ଷକ) ମଦକର ସନ୍ଦିପ୍ ସମ୍ପଦ ଏଭଳି ଏକ ଡକାୟତି ହୋଇଥିବା ଘଟଣାସ୍ଥଳରେ ପହଁଚି ତିନୋଟି ଟିମ୍ ଗଠନ କରି ତଦନ୍ତ ଜୋର ଦାର ଚଳାଇବାକୁ ନିର୍ଦେଶ ଦେଇଥିଲେ। ବହୁ କମ୍ ସମୟ ମଧ୍ୟରେ ତିନି ଲକ୍ଷ ଟଙ୍କା ର ପରଦା ଫାସ କରି ଛନ୍ତି ବୋଲି ଆଜି ଏକ ପ୍ରସ୍ ମିଟରେ ସୁଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଗାରଗି ମହାନ୍ତି ।
ଏଠି ପ୍ରଶ୍ନ ଉଠୁଛି ଯେ ଏଭଳି ମିଥ୍ୟା ଏତଲା କରି ପୋଲିସ ଙ୍କୁ ଭ୍ରମରେ ପକାଇ ଚକ୍ରାନ୍ତ କରି ସିମେଣ୍ଟ କମ୍ପାନୀ କୁ ଟଙ୍କା ନଦେବା ଏ ଭଳି ମିଥ୍ୟା କେସ୍ ପାଇଁ ବାପ ଓ ପୁଅ ପୂର୍ଣ୍ଣଚନ୍ଦ୍ର ଓ ପ୍ରତ୍ୟୁଷ ମିଶ୍ର ଙ୍କୁ କଠୋର ଦଣ୍ଡ ମିଳିବା ଦରକାର । କିନ୍ତୁ ଦୃଭାଗ୍ୟର କଥା ଏଜାଏଁ ଏଭଳି ମିଥ୍ୟା ଏତଲାକାରିଙ୍କୁ ଗିରଫ ନକରିବାର କାରଣ କ’ଣ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here