କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ସହିତ ୫ବିଧାୟକଙ୍କ ଏକ ଆଲୋଚନା ବୈଠକ ଅନୁଷ୍ଠିତ

କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ମୂଖ୍ୟ କାର୍ଯ୍ୟାଳୟର ସଭା ପରିଚାଳନା ପ୍ରକୋଷ୍ଠରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୫ଜଣ ବିଧାୟକ ଯଥା-ପୂର୍ବତନ ମନ୍ତ୍ରୀ ଏବଂ ମହାକାଳପଡାର ବର୍ତ୍ତମାନ ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡାର ମାନ୍ୟବର ବିଧାୟକ ଓ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ଶଶିଭୂଷଣ ବେହେରା, ଆଳି ବିଧାୟକ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ,ପାଟକୁରା ବିଧାୟକ ଶ୍ରୀଯୁକ୍ତ ସାବିତ୍ରୀ ଅଗ୍ରୱାଲଙ୍କ ପ୍ରତିନିଧି ଶ୍ରୀଯୁକ୍ତ ସଞୟ କୁମାର ଅଗ୍ରୱାଲଙ୍କ ସମେତ ରାଜନଗର ବିଧାୟକଙ୍କ ସହିତ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ମୂଖ୍ୟତଃ କେନ୍ଦ୍ରାପଡାର ସମସ୍ତ ସରକାରୀ ସ୍କୁଲ ବା ବିଦ୍ୟାଳୟ ଗୁଡ଼ିକର ଯଥା-ପୁରୁଣା ସ୍କୁଲ୍ ଗୁଡିକର କିଭଳି ଭିର୍ତ୍ତିଭୂମିର ବିକାଶ ହେବ ଏବଂ ପାଠପଢା ପଦ୍ଧତିରେ ଉନ୍ନତି ବା ବିକାଶ ହେବ ସେ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ କଣ କଣ ସୁବିଧା, ସୁଯୋଗ ସବୁ କରା ଯାଇପାରିବ ଏବଂ ମୁଖ୍ୟତ ମୂଖ୍ୟ ମନ୍ତ୍ରୀଙ୍କ ସହିତ 5ଟି ସଚୀବଙ୍କର ଇଣ୍ଟରାକସନ୍ କଣ ରହିଥିଲା ,ସେ ସମ୍ପର୍କରେ ମୂଖ୍ୟତଃ ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ବିଧାୟକ ମାନଙ୍କୁ ସହିତ ଜିଲ୍ଲାପାଳ କରିଥିଲେ । ପ୍ରାୟ ଆମ ଜିଲ୍ଲାରୁ ୨୫ଗୋଟି ସ୍କୁଲ ବା ବିଦ୍ୟାଳୟକୁ ମୂଖ୍ୟତଃ ସେଣ୍ଟର ଅଫ୍ ଏକ୍ସିଲେନସି ସ୍କୁଲ ଭାବେ ରାଜ୍ୟ ସରକାର ନେଇଛନ୍ତି । ସେହି ବିଦ୍ୟାଳୟ ମାନଙ୍କର ଭିର୍ତ୍ତିଭୂମିର ବିକାଶ କରାଯିବା ସହିତ ସେଠିକାର ଶୈକ୍ଷିକ ଅବସ୍ଥା ଓ ବାତାବରଣକୁ ଆଗକୁ ନିଆଯିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି । ଏହାଛଡା ରାଜ୍ୟ ସରକାର ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତକୁ ଆଖିଆଗରେ ରଖି ଯେଭଳି ଭାବରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ପଦକ୍ଷେପ୍ ଯଥା-ସରକାରୀ ବିଦ୍ୟାଳୟ ମାନଙ୍କରେ ଯେଉଁ ପିଲ୍ ବା ଛାତ୍ର ଛାତ୍ରୀମାନେ ପାଠପଢିବେ ସେମାନଙ୍କୁ ବିଶେଷତଃ ଡାକ୍ତରୀ ଓ ଇଂଜିନିୟରିଂ ଚାକିରୀ କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ସହିତ ପ୍ରଥମେ ଅଗ୍ରାଧିକାର ପ୍ରଦାନ କରିବାକୁ ରାଜ୍ୟ ସରକାର ନେଇଥିବା ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଓଡିଶାର ପ୍ରାୟ ସାଢେ ୪କୋଟି ଜନସାଧାରଣ ନିଶ୍ଚିନ୍ତ ରୂପେ ଅନନ୍ଦିତ ବୋଲି ଉକ୍ତ ବୈଠକରେ ମୁଖ୍ୟ ପ୍ରସଙ୍ଗ ରଖାଯାଇ ଆଲୋଚନା କରାଯାଇଥିଲା । ତେବେ ଆସନ୍ତୁ ସିଧା ସଳଖ ଶୁଣିବା ଉକ୍ତ ବୈଠକରେ ଯୋଗଦେଇଥିବା ପାଞ୍ଚ ଜଣ ବିଧାୟକଙ୍କ ସମେତ ଜିଲ୍ଲାପାଳ ଗଣମାଧ୍ୟମ ଆଗରେ କଣ ଓ କି ପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ସିଧା ସଳଖ ସେମାନଙ୍କ ମୁହଁରୁ ଶୁଣିବା ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here