କେନ୍ଦ୍ରାପଡା ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନିମନ୍ତେ ମଟରସାଇକେଲ୍ ସୋଭାଯାତ୍ରା ସହିତ ଏକ ସଭା ଅନୁଷ୍ଠିତ

ଆଜି କେନ୍ଦ୍ରାପଡା ଜିଲ୍ଲାର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଜିଲ୍ଲାରେ ଏକ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ନିମନ୍ତେ ଇଛାପୁରସ୍ଥିତ ଶିଦ୍ଧ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ମଟୋର ସାଇକେଲ୍ ରାଲି ବାହାରି ଟାଉନ୍ ହଲ୍ ନିକଟରେ ପହଞ୍ଚିବା ପରେ ମଞ୍ଚର ଆବାହକ ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ବିଜୟ କୃଷ୍ଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭା ଟାଉନ୍ ହଲ୍ ପରିସରରେ ଅନୁଷ୍ଠିତ ହୋଇଥିଲା । ପାରମ୍ଭରେ ମଞ୍ଚର ସାଧାରଣ ସମ୍ପାଦକ ଇଂ ସୌମ୍ୟରଞନ ବିଶ୍ୱାଳ ସ୍ୱାଗତ ଭାଷଣ ଦେବା ସହ ମଞ୍ଚର ଆଭିମୁଖ୍ୟ ବିଷୟକୁ ଉପସ୍ଥାପନ କରିଥିଲେ । କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଚିନ୍ମୟୀ ପ୍ରସାଦ ବେହୁରା, ଶରତ କୁମାର ବେହୁରା, ଫକୀର ଚରଣ ଖଟୁଆ, ଆଇନଜିବୀ ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ଦାବିକୁ ସମର୍ଥନ କରିବା ସହ କହିଥିଲେ ଯେ-ଆଗାମୀ ଦିନରେ ଗ୍ରାମାଞ୍ଚଳରୁ ଏହି ଆନ୍ଦୋଳନକୁ ତିବ୍ରରୁ ଅତି ତିବ୍ର କରାଯିବା ସହ ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିବାକୁ ପ୍ରସ୍ତାବ ଦେଇଥିଲେ । କେନ୍ଦ୍ରାପଡା ବିକାଶ ସାମ୍ମୁଖ୍ୟର ସଂମ୍ପାଦକ ତଥା ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜୟ କୁମାର ସାମଲ ଯୋଗଦେଇ ଜିଲ୍ଲାର ଏହା ହୃଦୟର ସ୍ପନ୍ଦନ ବୋଲି କହିବା ସହ ଦଳମତ ନିର୍ବିଶେଷରେ ସମସ୍ତେ ଏହି କାର୍ଯ୍ୟକ୍ରମରେ ବା ସଭାରେ ଯୋଗଦେବାକୁ କହିଥିଲେ । ଅମ୍ବିକା ପରିଡା ଅହିଂସା ମାଧ୍ୟମରେ ଆନ୍ଦୋଳନକୁ ଅଧିକରୁ ଅଧିକ ତିବ୍ର କରିବାକୁ ମତ ରଖିଥିଲେ । ମାର୍କ୍ସବାଦୀ ନେତା ଶ୍ରୀଯୁକ୍ତ ଗୟାଧର ଧଳ, ଓଡିଶା ଜନଶକ୍ତି ପାର୍ଟିର ଜିଲ୍ଲା ସଭାପତି ଗଣେଶ୍ୱର ନାୟକ,ସଂମ୍ପାଦକ ବିଜୟ ଦାସ, ନାରୀନେତ୍ରୀ ସାଗରୀକା ଦାସ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିକୁ ସମର୍ଥନ ଜଣାଇଁଥିଲେ । ବିଜେଡି ନେତା ଦେବଦାଶ ମହାନ୍ତି କହିଥିଲେ ଯେ-ଦଳର ସମର୍ଥନ ରହିଛି ଏବଂ ଜିଲ୍ଲାର ୫ଜଣ ବିଧାୟକ ଓ ଜିଲ୍ଲା ସଭାପତି ବିଜୁ ଜନତା ଦଳ ପରିଷଦର ଏକ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ୍ ଚେୟାରମ୍ୟାନ ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି,ମହାକାଳପଡା ବିକାଶ ମଞ୍ଚର ସଂମ୍ପାଦକ ବିଚିତ୍ରାନନ୍ଦ ବାରିକ୍,ଆବାହକ ପରିବେଶ୍ ବିତ୍ କାଶିନାଥ ରାଉତରାୟ ଓ ଶ୍ରମିକ ନେତା ମୁକ୍ତାର ଖାଁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ସାହାଯ୍ୟ ସହଯୋଗ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here