ସୁନ୍ଦରଗଡ଼ ସାଙ୍ଗଠାନିକ ଜିଲ୍ଲାର କଂଗ୍ରେସ କର୍ମୀ ସମ୍ମିଳନୀ ଓ ପର୍ଯ୍ୟବେକ୍ଷକଙ୍କ ବୈଠକ

ଯଜ୍ଞେଶ୍ବର ବାବୁ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ବୀରମିତ୍ରପୁର ଗସ୍ତ l ଜିଲ୍ଲାରେ କଂଗ୍ରେସର ସ୍ଥିତି ଓ ଆଗାମୀ ଦିନରେ ନିର୍ବାଚନକୁ କଂଗ୍ରେସ କେମିତି ଲଢେଇ କରିବ ସେ ନେଇ ଆଜି ବୀରମିତ୍ରପୁର ବିଆରଆଇ କ୍ଲବରେ ହୋଇଛି ମାନସ ମନ୍ଥନ l ବହୁ କର୍ମୀ ବିଜେଡି ଓ ବିଜେପିରୁ କଂଗ୍ରେସରେ ସାମିଲ ହୋଇଛନ୍ତି l ଜିଲ୍ଲାରେ ଏକମାତ୍ର ବିଧାୟକ କଂଗ୍ରେସ ଦଳରୁ ଅଛନ୍ତି I ଆଗକୁ କେମିତି ଦଳର ସଂଖ୍ୟା ବଢିବ ଏ ନେଇ ଆଲୋଚନା ହୋଇଛି l ଦଳରେ ଗୋଷ୍ଠୀ କନ୍ଦଳକୁ ଭୁଲି କେମିତି ସମସ୍ତେ ଏକ ହୋଇ ଲଢିବେ ସେ ନେଇ ମଧ୍ୟ ଆଲୋଚନା ହୋଇଛି l ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟିର ପର୍ଯ୍ୟବେକ୍ଷକ ଯଜ୍ଞେଶ୍ବର ବାବୁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ବେଣୁମାଧବ ତ୍ରିପାଠୀ, ରାଉରକେଲା ଜିଲ୍ଲା କଙ୍ଗ୍ରେସର ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ ଓ ରାଉରକେଲା ଜିଲ୍ଲା କଙ୍ଗ୍ରେସର ପୂର୍ବତନ ସଭାପତି ବିରେନ ସେନାପତିଙ୍କ ସହିତ ବହୁ ମାତ୍ରାରେ କଂଗ୍ରେସ କର୍ମୀ ଉପସ୍ଥିତ ରହିଥିଲେ l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here