ପ୍ରଦେଶ କଙ୍ଗ୍ରେସର ଆକ୍ରୋଶ ମୂଳକ ମସାଲ ପଦଯାତ୍ରା : ସୁନ୍ଦରଗଡ଼

ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଠାରେ କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ଅଖିଳ ଭାରତୀୟ ବି.ଭି ଶ୍ରୀନିବାସଙ୍କ ଆହ୍ଵାନ କ୍ରମେ ଓ ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିଲେଙ୍କାଙ୍କ ନିର୍ଦେଶରେ ଶହ ଶହ କଙ୍ଗ୍ରେସ କର୍ମୀ ଏକତ୍ରିତ ହୋଇ ଏକ ବିରାଟ ମସାଲ ରାଲି ମାଧ୍ୟମରେ ବିରୋଧ କରିଛନ୍ତି l ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମତବ୍ୟକ୍ତ କରିଥିଲେ ଯେ କେନ୍ଦ୍ର ସରକାରଙ୍କ କୃଷି ଆଇନ ଯୋଗୁଁ ପୁଞ୍ଜି ପତି ମାନେ ଲାଭବାନ୍ ହୋଇଥିବା ବେଳେ ଦିନ ମଜୁରିଆ ବେକାର ଯୁବକ ଯୁବତୀ ଓ ଚାଷୀ ଆଜି ରାଜ ରାସ୍ତାରେ l ତେବେ ଏହି ଆଇନ କାହା ପାଇଁ ? ଯଦି ସରକାର କେତୋଟି ନୀୟମ ବଦଳାଇ ଦେଇଛନ୍ତି ସେଥିରେ ମଧ୍ୟ ପୁଞ୍ଜିପତି ଲାଭବାନ୍ ହେବ l ଜିଲ୍ଲା ଓ ରାଜ୍ୟର ଖଟି ଖିଆ ଚାଷୀ ତାର ମୂଲ୍ୟ ପାଇବ କେବେ ? ଏହି ସବୁ ବିଷୟ ଗୁଡ଼ିକୁ ନେଇ ଆଜି ଏହି ବିରାଟ ମସାଲ ଯାତ୍ରା ମାଧ୍ୟମରେ ପ୍ରତିବାଦ କରାଯାଇଥିଲା l କଳା ଆଇନ୍ ଉଚ୍ଛେଦ ନ ହେବା ପର୍ଯ୍ୟନ୍ତ ପ୍ରଦେଶ କଂଗ୍ରେସର ଆନ୍ଦଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି l

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here