ତାଳବଣିଆରେ ଅତ୍ୟାଧୁନିକ ମାଛ ବିକ୍ରୟ କେନ୍ଦ୍ର କାର୍ଯ୍ୟ ଜାରି : ପୁରୀ

ପୁରୀ ସହରରେ ଅତ୍ୟାଧୁନିକ ମାଛ ବିକ୍ରୟ ବଜାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ତାଳବଣିଆ ଅଞ୍ଚଳରେ ଏହି ଅତ୍ୟାଧୁନିକ ମାଛ ବିକ୍ରୟ କେନ୍ଦ୍ର କାର୍ଯ୍ୟ ଚାଲିଛି । ଜିଲ୍ଲାପାଳ ଏହି ନିର୍ମାଣ କାମର ଆଜି ସମୀକ୍ଷା କରିଛନ୍ତି । ପ୍ରାୟ ୬ କୋଟି ଟଙ୍କା ବ୍ଯୟ ଅଟକଳରେ ଏହାକୁ ନିର୍ମାଣ କରାଯିବ ଓ ଏଥିରେ ପାଖାପାଖି ୨୦୦ ବେପାରୀ ମାଛ ବିକ୍ରୟ କରିପାରିବେ । ଆସନ୍ତା ଜୁନ ମାସ ସୁଦ୍ଧା କାର୍ଯ୍ୟ ଶେଷ ହେବ । ପ୍ରାଥମିକ ଭାବେ ଏହାକୁ ୨ ମହଲା ବିଶିଷ୍ଟ କରାଯିବ ଏବଂ ପରେ ଆବଶ୍ୟକ ହେଲେ ଆଉ ଗୋଟିଏ ମହଲା ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହା ପାଖକୁ ଲାଗି ପରିବା ମାର୍କେଟ ରହିବ ଯାହାଦ୍ବାରା କିଣାବିକା ନିମନ୍ତେ ଲୋକମାନେ ଉପକୃତ ହେବେ । ଏହା ପାଖରେ ପୌରସଂସ୍ଥାର ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର ଥିବାରୁ ମାର୍କେଟରୁ ସୃଷ୍ଟି ଆବର୍ଜନାକୁ ଏଠାକୁ ସହଜରେ ନେଇ ହେବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ଜିଲ୍ଲା ମତ୍ସ ଅଧିକାରୀ ଶ୍ରୀ ଦେବେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here