ଜିଲ୍ଲାପାଳଙ୍କ ଏମସିସି ଓ ଏମଆରଏଫ କେନ୍ଦ୍ର ପରିଦର୍ଶନ :ପୁରୀ

ପୁରୀ ସହରରେ ଆବର୍ଜନା ସଂଗ୍ରହ ଓ ପୃଥକୀକରଣ ବ୍ୟବସ୍ଥା ଏବଂ ଅଳିଆରୁ ଅର୍ଥ ସୃଷ୍ଟି ପାଇଁ କାର୍ଯ୍ୟକ୍ଷମ ମ୍ୟାଟେରିଆଲ ରିକଭରି ଫାସିଲିଟି ଓ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟରକୁ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ବୁଲି ଦେଖିବା ସହ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଜିଲ୍ଲାପାଳ ତାଳବଣିଆ, ମଶାଣିଚଣ୍ଡି, ବଳିଆପଣ୍ଡା ଏମସିସି ଓ ଏମଆରଏଫ୍ ପରିଦର୍ଶନ କରି ଆସନ୍ତା ୨୬ ତାରିଖ ସୁଦ୍ଧା ପାଚେରୀ ନିର୍ମାଣ କାମ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି । କୌଣସି ସ୍ଥାନରେ ପାଚେରୀ ନିର୍ମାଣ ନେଇ ସରକାରୀ ଜମି ଜମାକୁ ନେଇ ବିବାଦ ଥିଲେ ତୁରନ୍ତ ସମାଧାନ ନିମନ୍ତେ ସ୍ଥାନୀୟ ତହସିଲଦାରଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ବଚ୍ଛ ସାଥୀ ଓ ସୁପରଭାଇଜର ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ପୌରସଂସ୍ଥା ଅଧିନରେ ୧୧ଟି ଏମସିସି ମଧ୍ୟରୁ ୬ଟି କାର୍ଯ୍ୟକ୍ଷମ ଥିବାବେଳେ ୪ଟି ଆସନ୍ତା ୪ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେବ । ମଶାଣିଚଣ୍ଡି ଏମସିସି ପରିସରରେ କୈବଲ୍ୟ ଗାଡି ଦ୍ବାରା ସଂଗ୍ରହ କରାଯାଉଥିବା ସାମଗ୍ରୀ ରଖାଯିବା ବ୍ୟବସ୍ଥାର ଜିଲ୍ଲାପାଳ ସମୀକ୍ଷା କରିଛନ୍ତି । ଏମସିସିରୁ ବାହାରୁଥିବା ଖତକୁ ବର୍ତ୍ତମାନ ବିଭିନ୍ନ ଚାଷୀ ଓ ବେପାରୀଙ୍କୁ କିଲୋଗ୍ରାମ ପ୍ରତି ୨୦ ଟଙ୍କା ହିସାବରେ ବିକ୍ରୟ କରାଯାଉଛି । ଏମସିସି ଗୁଡିକରୁ ସୃଷ୍ଟି ଖତକୁ ପ୍ୟାକେଜିଂ ଓ ବିକ୍ରୟ କରିବାକୁ ଜିଲ୍ଲାର ପ୍ରଗତିଶୀଳ ଚାଷୀ ଏବଂ କୃଷି ଅଧିକାରୀ ମାନଙ୍କ ସହ ଆଲୋଚନା କରାଯିବ । ତାଳବଣିଆ ଅଞ୍ଚଳରେ ରାତିରେ ଘରଭଙ୍ଗାରୁ ଓ ନିର୍ମାଣ ବେଳେ ସୃଷ୍ଟି ଅବ୍ୟବହାର ସାମଗ୍ରୀ ପକାଉଥିବା ବ୍ୟକ୍ତଙ୍କ ଉପରେ କଡା ନଜର ରଖାଯିବ । ରାତ୍ରି ପେଟ୍ରୋଲିଂ ସହ ସିସିଟିଭି କ୍ୟାମେରା ଲଗାଯିବ । ଏହାପରେ ଜିଲ୍ଲାପାଳ ସମଙ୍ଗ ଅଞ୍ଚଳରେ ଘରଭଙ୍ଗାରୁ ଓ ନିର୍ମାଣ ବେଳେ ସୃଷ୍ଟି ଅବ୍ୟବହାର ସାମଗ୍ରୀ ସଂଗ୍ରହ କେନ୍ଦ୍ରର ପ୍ରସ୍ତାବିତ ଅଞ୍ଚଳକୁ ବୁଲି ଦେଖିଥିଲେ । ଏଥିସହ ବଳିଆପଣ୍ଡାରେ ନିର୍ମାଣଧିନ ପାର୍କ ବୁଲି ଦେଖିବା ସହ ବାକି କାମ ଶେଷକରି ଆସନ୍ତା ଜାନୁୟାରୀ ୨୬ ତାରିଖରେ ଜନସାଧାରଣ ମାନଙ୍କ ନିମନ୍ତେ ଖୋଲିବାକୁ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ, ତହସିଲଦାର ଶ୍ରୀ ରବିନ୍ଦ୍ର ପ୍ରଧାନ, ଫିଡବ୍ୟାକ ଫାଉଣ୍ଡେସନର ଶ୍ରୀ ଜ୍ୟୋତିପ୍ରକାଶ, ଓଏସଡି ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here