ଭୟାବହ ଅଗିଂକାଣ୍ଡରେ ଲକ୍ଷାଧିକରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ , ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ : ରାଉରକେଲା

ରାଉରକେଲା ସହର ସ୍ଥିତ ବାସନ୍ତୀ କଲୋନୀ ଅଞ୍ଚଳର ଏଏଲ–୫୭ ବାସ ଗୃହରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଉକ୍ତ ବାସ ଗୃହରେ ହଠାତ କୌଣସି କାରଣରୁ ଲାଗିଯାଇଥିଲା ନିଆଁ । ନିଆଁ ଲାଗି ଉପର ଘରେ ଥିବା ଅନେକ ଜିନିଷ ପତ୍ର ଏବଂ ଏହା ସହ ଗୋଟିଏ କାର, ୨ଟି ବାଇକ ସାଇକେଲ ଲକ୍ଷାଧିକରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତି ଜଳି ପୋଡି ନଷ୍ଟ ହୋଇଯାଇଛି ବୋଲି ଘର ମାଲିକ ମତବ୍ୟକ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ ସୌଭାଗ୍ୟ ବସତ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ବୋଲି ଜଣା ପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଗାଡି ପହଁଚି ନିଆଁକୁ ଆୟତ କରିବାରେ ସକ୍ଷମ ହୋଇଥିଲା। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ । ତେବେ ଅଗ୍ନିଶମ ବିଭାଗ ଆସିଲା ବେଳକୁ କାର ଓ ବାଇକ ଜଳି ସାରିଥିଲା ।

ରାଉରକେଲା ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here